ପୂର୍ବ ଶ୍ରତୁତାକୁ ନେଇ ଆକ୍ରମଣ ଉଦ୍ଦ୍ୟମ ; ବୋମା ଓ ବନ୍ଦୁକ ଜବତ, ଥାନାରେ ଦୁଇ ଅଟକ
ଡେଲାଙ୍ଗ ---- ଡେଲାଙ୍ଗ ଥାନା ରେଙ୍ଗଳ ଗ୍ରାମ ପଞ୍ଚାୟତର ଝାରପଡା ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ବୋମା ଓ ବନ୍ଦୁକ ନେଇ ଆକ୍ରମଣ କରିବାକୁ ଉଦ୍ଦ୍ୟମ କରିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଯୁବକ ଅଟକ । ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ ଜୀବନ୍ତ ବୋମା ଓ ବନ୍ଦୁକ ଜବତ କରାଯାଇଥିବା ପୋଲିସ ଠାରୁ ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଥାନାରେ ଏ ସମ୍ପର୍କରେ ଝାରପଡା ଗ୍ରାମର ସତ୍ୟଭାମା ସାହୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଗ୍ରାମର ଜଣେ ମହିଳାଙ୍କ ସହିତ ସତ୍ୟଭାମା ପରିବାରଙ୍କ ପୂର୍ବଶ୍ରତୁତା ଲାଗି ରହିଥିଲା । ମହିଳାଙ୍କର ଜଟଣୀ ଅଞ୍ଚଳର ଜଣେ ସମ୍ପକୀୟ ଯୁବକଙ୍କ ସହିତ ମହିଳାଙ୍କ ଭଣଜା ଓ ତାଙ୍କର ସାଥୀ ବୋମା ଓ ବନ୍ଦୁକ ନେଇ ଆକ୍ରମଣ କରିବା ପାଇଁ ଯାଇଥିଲେ । ସତ୍ୟଭାମାଙ୍କ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ମାନେ ରୁଣ୍ଡ ହୋଇଯିବା ସହ ଉକ୍ତ ଯୁବକ ମାନଙ୍କୁ କାବୁ କରି ନେଇଥିଲେ । ହୋ ହଲ୍ଲା ମଧ୍ୟରେ ଜଣେ ଯୁବକ ଖସି ପଳାଇବାରେ ସକ୍ଷମ ହୋଇଥିବାର ଜଣାପଡିଛି । ଖବର ପାଇ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ସଦଳବଳେ ଝାରପଡା ଗ୍ରାମରେ ପହଞ୍ଚି ବୋମା ଓ ବନ୍ଦୁକ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି