Breaking News

ଧର୍ମପ୍ରାଣା`` ମହିଳାଙ୍କ ଦେହାନ୍ତ


ବରୀ-  ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚା  ୟତ ରମ୍ପା ଗ୍ରାମର ଧର୍ମପ୍ରାଣା ମହିଳା ତିଲୋତମ  ମହାନ୍ତି( ୮୧) ଙ୍କର ମଙ୍ଗଳବାର ଦେହାନ୍ତ ହୋଇଯାଇଛି।  ମହିଳା ଜଣଙ୍କ ଦୀର୍ଘ ଦିନ ହେବ ରୋଗରେ ପୀଡିତ ହୋଇ କଟକ ସ୍ଥିତ ନିଜ ଘରେ ରହୁଥିଲେ। ସୋମବାର ରାତିରେ ତାଙ୍କ ଦେହ ଗୁରୁତର ହୋଇପଡିବାରୁ ପରିବାର ଲୋକେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ  ନେଇଥିଲେ। ଚିକିସ୍ଥା ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।  ମୃତ ଦେହକୁ ନିଜ ବାସ ଭବନ କୁ ଅଣାଯାଇଥିଲା। ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ନିକସ୍ଥ କାଳିଆ ବୋଦା ସ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଜ୍ୟୋତି ପ୍ରକାଶ ମହାନ୍ତି ମୁଖାଗ୍ନି ଦେଇଥିଲେ। ତାଙ୍କ ଦେହାନ୍ତ ଖବର ପାଇବା ପରେ ବରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବରୀ ର୍ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତିଙ୍କ ଧର୍ମ ପତ୍ନୀ ଥିଲେ। ତାଙ୍କ ମୃତ୍ୟୁରେ ବରୀ ବିଜେପି ନେତା ବିଶ୍ୱ ରଂଜନ ମଲ୍ଲିକ ଓ କଂଗ୍ରେସ ନେତା ଉମେଶ ଜେନା ଗଭୀର ଶୋକ ପ୍ରକାଶ କରିବା ସହ ଶୋକାକୁଳ ପରିବାର ବର୍ଗଙ୍କୁ  ସମବେଦନା ଜଣାଇଛନ୍ତି। 
ବରୀ ରୁ ଦର୍ଶନ ବେହେରା

Blog Archive

Popular Posts