Breaking News

ଜାଲ ନୋଟ ଦେଉଥିବା ଯୁବକକୁ ବାନ୍ଧିଲେ ଗ୍ରାମବାସୀ


ଖଇରା----ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ସୁନ୍ଦରପୁର ଗ୍ରାମରେ ଜଣେ ଦୋକାନୀକୁ ଜାଲ ନୋଟ ଦେଉଥିଲେ । ଉକ୍ତ ଯୁବକଙ୍କୁ ଗ୍ରାମବାସୀ ବାନ୍ଧି ଅଟକ ରଖିବା ସହ ପୋଲିସକୁ ଖବର ଦେଇଛନ୍ତି ା ଉକ୍ତ ଯୁବକର ନାମ ବାପି ଭୂୟାଁ ।  ଘର କୁପାରୀ ଗ୍ରାମ ବିଶ୍ବାଳ ସାହିରେ ା ମଙ୍ଗଳବାର ସନ୍ଧ୍ୟାରେ ସେ ସୁନ୍ଦରପୁର ଗ୍ରାମର ଦୋକାନୀ ସୁଦର୍ଶନ ମଲ୍ଲିକ ଯିଏକି ଖଇରା ଥାନାରେ ଗ୍ରାମରକ୍ଷୀ ଭାବେ ମଧ୍ୟ କାର୍ଯ୍ୟ କରନ୍ତି । ତାଙ୍କ ଦୋକାନ ରୁ ଜିନିଷ କିଣି ଜାଲ ଶହେ ଟଙ୍କିଆ ନୋଟ ଦେଉଥିବା ବେଳେ ଦୋକାନୀ ମଲ୍ଲିକ ତାହା ଜାଣିପାରି ତାକୁ ପଚରା ଉଚୁରା କରିବା ସହ ଗ୍ରାମବାସୀଙ୍କୁ ଡାକିଥିଲେ ା ସେ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ ସେମାନେ ବାନ୍ଧି ପକାଇଥିଲେ ା  ଏବଂ ତା ନିକଟରୁ ୭ ବିଡା ଶହେ ଟଙ୍କିଆ ଜାଲ ନୋଟ ଜବତ କରିଥିଲେ ା ଏହା ପୂର୍ବରୁ ରବିବାର ଦିନ ମଧ୍ୟ କୁପା୍ରୀ ଜଣେ ଦୋକାନୀ ସହିତ କାରବାର କରୁଥିବା ସମୟରେ ୩ହଜାର ୮ଶହ ଟଙ୍କାର ଜାଲ ନୋଟ ଧରା ପଡିବା ପରେ ସେ ଗ୍ରାମବାସୀଙ୍କ ଗ୍ରାମରେ ନିଜ ଭୁଲ ସ୍ବିକାର କରିବା ସହ ଆଉ କେବେ ଏ କାର୍ଯ୍ୟ କରିବ ନାହିଁ ବୋଲି କହିଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୋଲିସ ସୁନ୍ଦରପୁ୍ରରେ ପହଞ୍ଚି ନଥିବାର ଜଣା ଯାଇଛି । ଉକ୍ତ ଯୁବକ ସହ ଏକ ଗ୍ୟାଙ୍ଗ କାର୍ଯ୍ୟ କରୁଛନ୍ତିି । ବିଭିନ୍ନ ଗ୍ରାମ ବୁଲି ଆଣିଥିବା ୫୦ଲକ୍ଷ ଟଙ୍କାର ଜାଲ ନୋଟ କାରବାର ପାଇଁ ଉଦ୍ୟମ ଜାରି ରଖିଥିବାର କୁହାଯାଉଛି ାା
 ଖଇରାରୁ କିଶୋର କୁମାର ବେହେରା 

Popular Posts