Breaking News

ଭେଡେନ ଅଗ୍ନିଶମ ଦ୍ୱାରା ସାନିଟାଇଜ ହେଲା ସାଲ୍ଲେପାଲି

ବରଗଡ଼---- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅରେଇଗୁଡି ପଞ୍ଚାୟତର ସାଲ୍ଲେପାଲି ରେ ଦୁଇଜଣ କରୋନା ପଜିଟିବ ବାହାରିବା ପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବରଗଡ଼ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।  ଅଞ୍ଚଳକୁ ବ୍ଲକ ପ୍ରଶାସନ ତଥା ବିଡ଼ିଓ ମୁରଲୀଧର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଭେଡେନ ଅଗ୍ନିଶମ ବିଭାଗ ପକ୍ଷରୁ ସାଲ୍ଲେପାଲି ଗ୍ରାମ ଓ ସ୍କୁଲ ପରିସରକୁ ସାନିଟାଇଜ କରାଯାଇଛି।ଏଥିରେ ସରପଞ୍ଚ ସୁନୀଲ କୁମାର ମେହେର, ସ୍ବେଚ୍ଛାସେବୀ ସୌମିତ୍ରୀ ସାହୁ,ଠାକୁର ନାୟକ ସମେତ ଅଙ୍ଗନବାଡି କର୍ମୀ,ଆଶା କର୍ମୀ ଓ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହି ସାନିଟାଇଜ କରାଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

Blog Archive

Popular Posts