ଗର୍ଭବତୀ ରୁ ପ୍ରସବ ୨ଦିନ ପରେ ମଧ୍ୟ ଡାକ୍ତର କହୁଥିଲେ ନବଜାତ ଶିଶୁ ଠିକ ଅଛି ,ହେଲେ ଏବେ ବିକଳାଙ୍ଗ ହୋଇଗଲା
ବରଗଡ଼---- ବିବାହର ଅନେକ ବର୍ଷପରେ ମଧ୍ୟ ସ୍ୱାମୀ ସ୍ତ୍ରୀ ସନ୍ତାନ ସୁଖରୁ ବଞ୍ଚିତ ଥିଲେ। ଶେଷରେ ଭଗବାନଙ୍କ କୃପାରୁ ସେମାନଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହେଲା।କିନ୍ତୁ ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁ କନ୍ୟାଟି ହେଲା ବିକଳାଙ୍ଗ। ଏହାକୁ ଶିଶୁ କନ୍ୟା ର ବାପା ଓ ମା ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବରଗଡ଼ ଜିଲ୍ଲା ବରପାଲି ଖୁଣ୍ଟପାଲି ଗ୍ରାମର ରୁକ୍ମଣ ମେହେରଙ୍କ ପତ୍ନୀ ସୁନିତା ମେହେର ଗତ ଜାନୁଆରୀ ୨୦୨୦ ରେ ଗର୍ଭବତୀ ହେବାରୁ ବରଗଡ଼ର ଘରୋଇ ଡାକ୍ତର ଖାନା ତଥା ପୁରୋହିତ ଜେନେରାଲ ହସ୍ପିଟାଲର ଡାକ୍ତର ଜୟ ଗୋପାଳ ଶର୍ମାଙ୍କୁ ଦେଖାଉଥିଲେ।ବିବାହର ଅନେକ ବର୍ଷପରେ ସନ୍ତାନ ଲାଭ କରିବାକୁ ଯାଉଥିବାରୁ ଉଭୟେ ଖୁବ ଖୁସି ଥିଲେ। ସ୍ୱାମୀ ସ୍ତ୍ରୀ ଯେତେବେଳେ ଡା. ଶର୍ମାଙ୍କୁ ନିଜ ଗର୍ଭସ୍ଥ ସନ୍ତାନର ଭଲମନ୍ଦ ପଚାରୁଥିଲେ,ଶିଶୁଟି ଠିକ ଥିବା କଥା କହି ଆସୁଥିଲେ ଡା. ଶର୍ମା ବୋଲି ଶ୍ରୀ ମେହେର କହନ୍ତି । ଗତ ୨୪ତାରିଖ ଶିଶୁ କନ୍ୟା ଟି ଜନ୍ମ ହେଲା। ଶ୍ରୀ ମେହେର ଡା. ଶର୍ମାଙ୍କୁ ପଚାରିବାରୁ ସେ କହିଲେ କି ମାଁ ଝିଅ ଠିକ ଅଛନ୍ତି।କିନ୍ତୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ନର୍ସିଂ ହୋମ କର୍ତ୍ତୃପକ୍ଷ ଶିଶୁ କନ୍ୟାଙ୍କୁ ହସ୍ତାନ୍ତର କଲେ ନାହିଁ। ଗୋଟିଏ ଦିନ ବିତିଗଲା ପରେ ଜଣେ ବାହାର ଡାକ୍ତର ଭୋଜରାଜ ରଣାଙ୍କୁ ଶିଶୁକନ୍ୟାକୁ ଦେଖାଇଲେ ନର୍ସିଂ ହୋମ କର୍ତ୍ତୃପକ୍ଷ। ଡାକ୍ତର ରଣା ସ୍ଵାମୀ ସ୍ତ୍ରୀଙ୍କୁ କହିଲେ ଯେ ତାଙ୍କ ଝିଅର ବାମ ଗୋଡ଼ର ଜଙ୍ଘ ନାହିଁ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଶିଶୁଟି ବିକଳାଙ୍ଗ ଥିଲା ତେବେ ଚିକିତ୍ସା କରୁଥିବା ଡାକ୍ତର ଶର୍ମା ଏକଥା କେମିତି ଜାଣି ପାରିଲେ ନାହିଁ।ଯଦି ଜାଣିଥିଲେ ତେବେ ସ୍ୱାମୀ ସ୍ତ୍ରୀ ଙ୍କୁ କାହିଁକି ଅନ୍ଧାରରେ ରଖିଲେ ?ସେ କାହିଁକି ୨୪ତାରିଖ ଦିନ ସ୍ୱାମୀ ସ୍ତ୍ରୀଙ୍କୁ ତାଙ୍କ କନ୍ୟା ସନ୍ତାନ ହସ୍ତାନ୍ତର କଲେ ନାହିଁ ?ଏବେ ପୁଣି କାହିଁକି ଏହି ପରିବାରକୁ ଜବରଦସ୍ତି ନର୍ସିଂ ହୋମରୁ ବାହାର କରୁଛନ୍ତି।ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଉଭୟ ସ୍ୱାମୀ ସ୍ତ୍ରୀ ଜିଲ୍ଲା ପ୍ରଶାସନ ତଥା ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇ ଆବେଦନ କରି ଯେ ପର୍ଯ୍ୟନ୍ତ ପିଲା ର ଡିଏନଏ ଟେଷ୍ଟ ନହେବ ସେ ପର୍ଯ୍ୟନ୍ତ ସେମାନେ ନର୍ସିଂ ହୋମ ଛଡ଼ାଯିବ ନାହିଁ ଓ ଧାରଣାରେ ବସିଥିଲେ।ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ରହସ୍ୟ କଣ ରହିଛି କି ବୋଲି ଲୋକମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ଦେଖାଯାଉ ଜିଲ୍ଲା ପ୍ରଶାସନର ଆଗକୁ କଣ ପଦକ୍ଷେପ ରହୁଛି ନାଁ ରହସ୍ୟ ରହସ୍ୟ ହେଇ ରହିଯାଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.