Breaking News

ସତ୍ୟବାଦୀରେ ୧୦ ଜଣ କରୋନା ଆକ୍ରନ୍ତ ଚିହ୍ନଟ ; ବ୍ଳକ କର୍ମଚାରୀ ଦୁଇ

ସାକ୍ଷୀଗୋପାଳ ----- ସତ୍ୟବାଦୀ ରେ ୧୦ ଜଣ କରୋନା ପଜେଟିଭି  ଚିହ୍ନଟ ହୋଇଥିବା ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ରାୟଖଣ୍ଡୀ ଗ୍ରାମ ପଞ୍ଚାୟତରୁ ୩ଜଣ ରହିଥିବା ବେଳେ ସତ୍ୟବାଦୀ ବ୍ଳକର ୨ଜଣ କର୍ମଚାରୀ କରୋନା ପଜେଟିଭି  ହୋଇଥବା ତାଙ୍କ ସ୍ୱାବ ରିର୍ପୋଟରୁ ଜଣାପଡିଛି । ଏହା ଅଗାରୁ ବ୍ଳକର ଜଣେ ମହିଳା କନିଷ୍ଠ ଯନ୍ତ୍ରୀ କରୋନା ପଜେଟିଭି ଚିହ୍ନଟ ହୋଇଥିଲେ । ସେହିପରି କାଦୁଆ ଗ୍ରାମ ପଞ୍ଚାୟତର ୨ ଜଣ, ବୀରରାମଚନ୍ଦ୍ରପୁରରୁ ଜଣେ, ଦାସବିଦ୍ୟଧରପୁର ଜଣେ ଓ ଶୁକଳ ଗ୍ରାମ ପଞ୍ଚାୟତରୁ ଜଣେ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ପଜେଟିଭି ମାନେ କାହା କାହା ସହିତ ମିଳାମିଶା କରିଛନ୍ତି ତଥ୍ୟ ସଂଗ୍ରହ କରାଯାଉଛି । ଆସନ୍ତା କାଲି ଠାରୁ ଉକ୍ତ ଗ୍ରାମ କୁଡିକ ତହସିଲଦାର,  ସତ୍ୟବାଦୀ ଥାନା ,  ବ୍ଳକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ କଣ୍ଟେନମେଣ୍ଟ ଘୋଷଣା କରାଯିବ ବୋଲି ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ପ୍ରକାଶ । ଜନସାଧାରଣଙ୍କ ହିତ ପାଇଁ ବ୍ଳକର ସମସ୍ତ କର୍ମଚାରୀ   ମାନଙ୍କ ସ୍ୱାବ ଟେଷ୍ଟ କରାଯାଇ ନେଗେଟିିଭ ଆସିବା ପରେ ବ୍ଳକ କାର୍ଯ୍ୟାଳୟ ଖୋଲାଯିବ ନଚେତ ସୋମବାର ଠାରୁ ସଟଡାଉନ ପୁଣି କରାଯିବ ବୋଲି ବିଡିଓ କହିଛନ୍ତି ।
 ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts