ଓଡଗାଁ ଏନଏସିର ୪, ୬ ଓ ୭ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା
ଓଡ଼ଗାଁ/କୁରାଳ- ଦୀର୍ଘ ଦିନ ପରେ ନୟାଗଡ ଜିଲ୍ଲା ଓଡଗାଁ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଆଦର୍ଶ ପୋଲିସ ଥାନା ଓ ସ୍ଥାନୀୟ ଖାଡ଼ିତେଲି ସାହି, ବଜାର ସାହିରେ କରୋଣା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହା ବ୍ୟତୀତ ଆଖ ପାଖ ପଂଚାୟତରେ ମଧ୍ୟ କରୋଣା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି | ଏସବୁ ଦୃଷ୍ଟିରୁ ସ୍ଥାନୀୟ ଏନଏସି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅନୁମୋଦନକ୍ରମେ ଜିଲ୍ଲାପାଳ ପୋମା ଟୁଡୁ ଏହି ତିନୋଟି ୱାର୍ଡରେ ଥିବା ଖାଡିତେଲି ସାହି, ବଜାର ସାହି ଓ ଶ୍ରୀରାମ ନଗର ତଥା ଲଜ ସାହି ଓ ବଜାର ସାହିକୁ ଶନିବାର ଅପରାହ୍ନ ଗୋଟାଏ ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟନମେଣ୍ଟ ଅଂଚଳ ଭାବେ ଘୋଷଣା କରିଛନ୍ତି |
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ