ଅବ୍ୟବସ୍ଥା ଘେରରେ କୁରାଳ ଉପଡ଼ାକଘର
ଓଡ଼ଗାଁ/କୁରାଳ- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଉପଡ଼ାକଘର ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ।ଏହି ଉପ ଡାକଘରକୁ ସଂଯୋଗ କରୁଥିବା ଟେଲି ଯୋଗାଯୋଗ ଦୀର୍ଘ ୪ ମାସ ଧରି ବିଛିନ୍ନ ହୋଇପଡ଼ିଛି । ଗୋଡିପଲ୍ଲୀ ଠାରୁ କୁରାଳ ପର୍ଯ୍ୟନ୍ତ ପି.ଡବ୍ଲୁ. ଡି ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଦ୍ୱାରା ରାସ୍ତା ସମ୍ପ୍ରସାରଣ କରୁଥିବା ସମୟରେ ମାଟି ତଳେ ଯାଇଥିବା କେବୁଲ୍ ଛିଣ୍ଡାଇ ଦିଆଯାଇଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଅନ୍ୟ ପକ୍ଷରେ ପୋଷ୍ଟମାଷ୍ଟର ରମେଶ ଚନ୍ଦ୍ର ଦୋରାଙ୍କ କହିବା ଅନୁଯାୟୀ ପୋଷ୍ଟଅଫିସ କାର୍ଯ୍ୟ ଚାଲୁଥିବା ଘରଟି କର୍ମଚାରୀଙ୍କ ନିମନ୍ତେ ମରଣଯନ୍ତା ସଦୃଶ ହୋଇଛି । ବର୍ଷା ହେଲେ ସମ୍ପୂର୍ଣ୍ଣ ଅଫିସ ଛାତରୁ ପାଣି ଲିକ କରି ଜରୁରୀ କାଗଜ ପତ୍ର ଓଦା ହୋଇପଡୁଛି ।ଅନ୍ୟପକ୍ଷରେ ପୋଷ୍ଟମାଷ୍ଟ୍ରଙ୍କ ନିମନ୍ତେ ଆଲର୍ଟ ହୋଇଥିବା ଘରର ସିଲିଙ୍ଗ ଫାଟି ରଡ଼ ଦିଶୁଛି ।କାନ୍ଥର ଝରକା ମଧ୍ୟ ଭଗ୍ନ ଅବସ୍ଥାରେ ସବୁଠାରେ ଆଶ୍ଚର୍ଯ୍ୟଜଣକ କଥା ହେଉଛି ଏହି ଘର ନିମନ୍ତେ ମାସକୁ ମାସ ମୋଟା ରକମର ଭଡା ମଧ୍ୟ ଗଣୁଛନ୍ତି । ଅଫିସ ନିମନ୍ତେ ନୂତନ ଘର ଦେଖାସରିଥିଲେ ସୁଦ୍ଧା ସ୍ଥାନାନ୍ତର ହେବାରେ କେଉଁଠି ଅସୁବିଧା ରହୁଛି ତାହା ଜଣାପଡୁନାହିଁ ।ଏ ସମ୍ପର୍କରେ ପୁରୀ ପୋଷ୍ଟାଲ ଅଧିକ୍ଷକ ଏବଂ ନୟାଗଡ଼ ମୁଖ୍ୟ ପୋଷ୍ଟମାଷ୍ଟ୍ରଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।ପୋଷ୍ଟ ଅଫିସର ଇଣ୍ଟରନେଟ ଅଚଳ ହୋଇପଡିବାରୁ ବହୁ ଜରୁରୀକାର୍ଯ୍ୟ ନିକଟସ୍ଥ ବାହାଡ଼ଝୋଲା ଏବଂ ଓଡ଼ଗାଁ ଅଫିସରେ କାର୍ଯ୍ୟ କରୁଥିବା ପୋଷ୍ଟମାଷ୍ଟର ଦୋରା କହିଛନ୍ତି ।ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବହୁବାର ଏ ସମ୍ବନ୍ଧରେ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର କୌଣସି ନିଷ୍କର୍ଷ ବାହାରିପାରିନାହିଁ ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ