Breaking News

ସରକାରୀ ସହାୟତା ପାଇବାରୁ ବଞ୍ଚିତ ସନ୍ତୋଷ--

ଜଗତସିଂହପୁର ----ଜଗତସିଂହପୁର ବ୍ଲକ  ଡିଙ୍ଗେଶ୍ୱର ଗ୍ରାମର ସନ୍ତୋଷ କୁମାର ରାୟ ଓ ଅନ୍ଧ ମା ରେଣୁବାଳା ରାୟ ଙ୍କର ହସ ଖୁସି ର ଛୋଟିଆ ପରିବାର । ଅଭାବ ଅନାଟନ ମଧ୍ୟ୍ୟରେ ସନ୍ତୋଷ ଯାହା କିଛି ରୋଜଗାର କରେ ମା ପୁଅ ଦୁଈ ଜଣ  ଦୁଈ ଓଳି ଦୁଈ ମୁଠା ଦୁଃଖ କଷ୍ଟେ ଚଳି ଯାଆନ୍ତି ।  ହେଲେ ଦୁଇ ହଜାର ଉଣେଇଶି   ଫନୀ ମହାବାତ୍ୟା ରେ ନିକଟରେ ଥିବା ବୃହତ କାୟ ଗଛ ମାଟି ଛପର ଚାଳ ଘର ଉପରେ ପଡିବାରୁ ଘର ସମ୍ପୂର୍ଣ ଭାଙ୍ଗି ଯାଇଥିଲା । ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିଲା । ଦୁଃଖ କଷ୍ଟେ ବରଡ଼ା ଛପର ଚାଳ ଘର ନିର୍ମାଣ କରି ମା, ପୁଅ ଦୁହେଁ ରହୁଛନ୍ତି । ହେଲେ ଫନୀ ମହାବାତ୍ୟା  ପନ୍ଦର ମାସ ବିତିଲାଣି ଉକ୍ତ ପରିବାର କୁ ଫନୀ ସହାୟତା ମିଳିନାହିଁ  । ଅନେକ ବାର ଆବାସ ଗୃହ ନିମନ୍ତେ ଜ଼ିଲ୍ଲାପାଳ କୁ ଅଭିଯୋଗ ପ୍ରକୋଷ୍ଟ ରେ ଦରଖାସ୍ତ ମଧ୍ୟ୍ୟ ଦେଇଛନ୍ତି । ହେଲେ ସନ୍ତୋଷ ଙ୍କ ଗୁହାରି ଶୁଣୁଛି କିଏ । ତେବେ ସରକାରୀ ଯୋଜନା କଣ କେବଳ ଧନୀ ଦଲାଲ ଙ୍କ ପାଇଁ । ଗରିବ ନିଃସହାୟ ଏଠି ସବୁଥିରୁ ବଞ୍ଚିତ ବୋଲିକେ‌‌ସେ କହିଛନ୍ତି । ରାଜ୍ୟ ସରକାର ଙ୍କ ଯୋଜନା ସତରେ କଣ ବାଟ ବଣା ହେଈଛି ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି !                     
ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର ରିପୋର୍ଟ 

Blog Archive

Popular Posts