Breaking News

ରୋହିବାଙ୍କ ରେ କରୋନା ସଚେତନତା କାର୍ଯ୍ୟକ୍ରମ



ଓଡ଼ଗାଁ/କୁରାଳ-  ଓଡ଼ଗାଁ ବ୍ଳକ୍ ରୋହିବାଙ୍କ ପଞ୍ଚାୟତର ରୋହିବାଙ୍କ ଏବଂ ବାଘୁଆ ଗେଟ୍ ଗାଁ କଲ୍ୟାଣ ସମିତି ର ମିଳିତ ଆନୁକୁଲ୍ୟରେ ଆଜି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ମୂରଲୀଧର ପ୍ରଧାନ,ସମିତି ସଭ୍ୟ ଦିଲେଶ୍ଵର ପାତ୍ର ଏବଂ ଗ୍ରାମ ସଭାପତି ହରେକୃଷ୍ଣ ପ୍ରଧାନ ସମୁହ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ। ଏଥିରେ ଡଃ ରାକେଶ କୁମାର ସାହୁ, ମେଡିକାଲ ସୁପରଭାଇଜର ସୁରେନ୍ଦ୍ର କୁମାର ନାୟକ, ଓଡ଼ଗାଁ ଆଦର୍ଶ ଥାନା ର ସେକେଣ୍ଡ ଅଫିସର ସ୍ନେହଲତା ପ୍ରଧାନ, ସବ୍ଇନ୍ସପେକ୍ଟର  ନାୟକ ପ୍ରଧାନ,ୱ।ର୍ଡମେମ୍ବର ତ୍ରିଲୋଚନ ପ୍ରଧାନ,ଗିତାଞ୍ଜଳି ପାତ୍ର, ଆଶାକର୍ମୀ ସବିତା ନାୟକ, ଅଙ୍ଗନବାଡ଼ି କର୍ମୀ ବବିତା ଦଣ୍ଡସେନା, ବିଷ୍ଣୁପ୍ରିୟା ବେହେରା, କୁନି ନାୟକ,ରୁନା ପ୍ରଧାନ, ଦେବସ୍ମିତା ଷଡ଼ଙ୍ଗୀ, ଶିକ୍ଷକ ରାଧାଗୋବିନ୍ଦ ନାୟକ, କାହ୍ନୁଚରଣ ମିଶ୍ର, ଗାଁ କଲ୍ୟାଣ ସମିତି ର ସଭ୍ୟା, ସ୍ଵୟଂ ସହାୟିକା ଗୋଷ୍ଠୀ ର ସଭ୍ୟାମାନେ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକର୍ଡ଼ ଧରି ଯୋଗଦେଇଥିଲେ । କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ, ମହିଳା ସ୍ବାସ୍ଥ୍ୟକର୍ମୀ ଧରିତ୍ରୀ ପଣ୍ଡା, ପୁରୁଷ ସ୍ବାସ୍ଥ୍ୟକର୍ମୀ ରଞ୍ଜନ କୁମାର ନାହାକ ଘରେ ରହିବା ସୁସ୍ଥ ରହିବା, ସଭିଏଁ ମାସ୍କ ପିନ୍ଧିବା,ପଦାକୁ ଆସିଲେ ହାତଗୋଡ଼ ସାନିଟାଇଜର କିମ୍ବା ସାବୁନ୍ ଦ୍ଵାରା ଭଲ ଭାବରେ ଧୋଇଘରକୁ ଯିବା, ସାମାଜିକ ଦୂରତ୍ବ ବଜାୟ ରଖିବା,ଉଷୁମ ପାଣିର ବ୍ୟବହାର କରିବା, ଭୋଜିଭାତ ଏବଂ ସାମୁହିକ କାର୍ଯ୍ୟ ଠାରୁ ଦୂରରେ ରହିବା, ଗାଁ ରେ ଏକାଠି ହୋଇ ନ ବସିବା,ତାସ ଖେଳରୁ ନିବୃତ ରହିବା,ଛୋଟଶିଶୁ ଏବଂ ବୟସ୍କ ଲୋକମାନଙ୍କ ଶରୀର ର ଠିକ୍ ଭାବରେ ଯତ୍ନନେବା ଥଣ୍ଡା,କାଶ,ଛିଙ୍କ, ଗଳାଦରଜ, ବା ଶରୀରର ତାପମାତ୍ରା ବୃଦ୍ଧି ହେଲେ ତୁରନ୍ତ ସ୍ବାସ୍ଥ୍ୟକର୍ମୀ ଙ୍କୁ ଅବଗତ କରାଇବା ଉପରେ ପ୍ରଚାର  କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ରୋହିବାଙ୍କ ଗ୍ରାମର ସମସ୍ତ ସାହି,ବାଘୁଆ ଗେଟ୍ ଆଦି ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅଙ୍ଗନବାଡ଼ି କର୍ମୀ ବନୀତା ମାଝି ଏବଂ ଅନୁରାଧା ପାତ୍ର ସୁପରିଚାଳନା କରିଥିଲେ।

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts