ଗୋପୀନାଥ ପୁର ଗ୍ରାମରେ ବନୀକରଣ
ଜଟଣୀ -ସ୍ଥାନୀୟ କୁସୁମାଟି ଛଣଘର ପଞ୍ଚାୟତର ଗୋପୀନାଥ ପୁର ଗ୍ରାମରେ ଥିବା କୋଡିଏ ଏକର ସରକାରୀ ଜମିରେ ହର୍ଟିକଲଚର ସହାୟତାରେ ସ୍ଥାନୀୟ ସରପଞ୍ଚ ସୁନୀଲ ରାଉତରାୟଙ୍କ ପୌରହିତରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉପସ୍ଥିତିରେ ଉନ୍ନତମାନର ପ୍ରାୟ ପନ୍ଦର ଶହ କାଜୁ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହର୍ଟିକଲଚର ଅଫିସର ସୁଧାଂଶୁ ମୋହନ ପ୍ରଧାନ, ଅଫିସ କର୍ମଚାରୀ ଶରତ ଓଝା, ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ, ବିଧାୟକ ସଚିବ କଳିଙ୍ଗ କୁମାର ସାହୁ, ନଗର ସଭାପତି ଅଶୋକ କୁମାର ମଙ୍ଗରାଜ, ନାଉସିର ଅଲ୍ଲି, ବାଳକୃଷ୍ଣ ସ୍ୱାଇଁ, ଧୁଜ ପରିଡା, ରମେଶ ସ୍ୱାଇଁ, ଅନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହାର ମୁଖ୍ୟ ଉଦେଶ୍ୟ ଖଣି ମାଫିଆ ଓ ସରକାରୀ ଜାଗା ଜବର ଦଖଲ କାରୀଙ୍କ କବଳରୁ ରକ୍ଷା କରିବା ମୂଳ ଲକ୍ଷ୍ୟ କରାଯାଇଛି ବୋଲି ଜଣାପଡିଛି ।
ଜଟଣୀରୁ -ରଙ୍ଗନାଥ ବେହେରା