Breaking News

ଚନ୍ଦନ ଓ ମିନତିଙ୍କ ଚିକିତ୍ସାରେ ଅର୍ଥ ବାଧକ ଖବର ପ୍ରକାଶ ପରେ ମିଳିଲା ସାହାର୍ଯ୍ୟ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତର ରାଉତସାହି ଗ୍ରାମରେ ଚନ୍ଦ୍ରମଣି ବେହେରାଙ୍କ ସ୍ତୀ ମିନତି ଓ ପୁଅ ଚନ୍ଦନ ବେହେରା( ୧୬) ବର୍ଷ ମାନସିକ ରୋଗାଗସ୍ତ ହୋଇ ଘରେ ପଡି ରହିଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଖବର କାଗଜରେ ଖବର ଚଳିତ ମାସ ୨୧ ତାରିଖରେ ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ଠାରୁ ବ୍ଳକ ପ୍ରଶାସନ ତତ୍ପରତା ପ୍ରକାଶ ପାଇଛି । ସୁଚନା ଯୋଗ୍ୟ ଯେ ଡେଲାଙ୍ଗ ସ୍ୱେଚ୍ଛାସେବୀ ସଂଗଠନ ଟୁଇଟର କ୍ଳବ ରାଉତସାହିରେ ପହଞ୍ଚି ପରିବାରଙ୍କ ସହିତ ଆଲେଚନା କରିବା ସହ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ  ନିବେଦନ କରିଥିଲେ ।  ପରେ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର ଆଚାରିଆ ଉକ୍ତ ପରିବାରଙ୍କୁ ଭେଟି ସମସ୍ତ ତଥ୍ୟ ସଂଗ୍ରହ କରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସାହାର୍ଯ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ବଳୱନ୍ତ ସିଂଙ୍କୁ ନିବେଦନ କରିଥିଲେ । ପୁରୀ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୨୦ ହଜାର ଟଙ୍କା ଚେକ ଡେଲାଙ୍ଗ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଚନ୍ଦ୍ରମଣି ବେହେରାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts