ଅଯୋଧ୍ୟାରେ ରାମଲାଲଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ଜଳ ଓ ମୂର୍ତ୍ତିକା ସଂଗ୍ରହ
ଜଟଣୀ ---ଆସନ୍ତା ଅଗଷ୍ଟ ୫ ତାରିଖରେ ପୁଣ୍ୟ କ୍ଷେତ୍ର ଅଯୋଧ୍ୟା ରେ ଶ୍ରୀ ରାମଲାଲା ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ,ଶିଳାନ୍ୟାସ ଅନୁଷ୍ଠିତ ହେବ। ମନ୍ଦିରର ଭୂମି ପୂଜନ ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଓଡିଶା ର ବିଭିନ୍ନ ଧାର୍ମିକ ସ୍ଥଳୀରୁ ମୃତ୍ତିକା ଓ ପୁଣ୍ୟ ନଦୀ ମାନଙ୍କରୁ ଜଳ ସଂଗ୍ରହ କରି ଭକ୍ତି ଭାବନାର ସହିତ ଭୂମି ପୂଜନ ସ୍ଥଳ କୁ ପ୍ରେରଣ କରୁଅଛି।
ଏହି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ,ଜଟଣୀ ଶାଖା, ଖୋର୍ଦ୍ଧା ର ସଦସ୍ୟମାନେ ଜଟଣୀ ର ଅଧିଷ୍ଠାତ୍ରୀ ଦେବୀ "ମା ଜଟିଆଣି"ଙ୍କ ପୀଠରୁ ମୃତ୍ତିକା ଓ ପୁଣ୍ୟ ନଦୀ "ଦୟାନଦୀ"ରୁ ଜଳ ସଂଗ୍ରହ କରି ଅଯୋଧ୍ୟା କୁ ଦ୍ରୁତ ଡାକ ଯୋଗେ ପ୍ରେରଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ବି.ହି.ପ ର ଜିଲ୍ଲା ସଂପାଦକ ବିବୁଧେନ୍ଦ୍ର ବିଦ୍ୟାଧର ଙ୍କ ନେତୃତ୍ୱରେ ସାମ୍ପାଦିତ ହୋଇଅଛି। ଧର୍ମ ପ୍ରସାର ନରେନ୍ଦ୍ର ସାହୁ,ସହ ସଂଯୋଜକ ଅଜିତ ସିଂ, ନଗର ସମ୍ପାଦକ ପ୍ରଦୀପ ସ୍ୱାଇଁ,ସଂଯୋଜକ(ବଜରଙ୍ଗ ଦଳ)ଜ୍ୟୋତି ରଞ୍ଜନ ସାହୁ,ସହ ସଂଯୋଜକ ଅନିନ୍ଦୋ ଚୌଧୁରୀ,ଡ଼:ଅରବିନ୍ଦ ନାୟକ,ମନୋଜ ମିଶ୍ର,ତୁଷାର କାନ୍ତ ବେହେରା,ସୁବାସ ମହାପାତ୍ର,ଯୋଗେନ୍ଦ୍ର ନାଏକ, ଭରତ ପାହାନ୍ତସିଂ, ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଗଙ୍ଗାଧର ସାମନ୍ତରାୟ,ଶକ୍ତି ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଜଟଣୀରୁ --ରଙ୍ଗନାଥ ବେହେରା