ବୃଦ୍ଧ କାଳେ ବାଧକ ସାଜିଲା ଫିଙ୍ଗର ପ୍ରିଣ୍ଟ
ପୁରୀ----- ବାଧକ ସାଜିଲା ଫିଙ୍ଗର ପ୍ରିଣ୍ଟ ,ଫିଙ୍ଗର ପ୍ରିଣ୍ଟ ପାଇଁ ମିଳିଥିବା ରାସନ କାର୍ଡ ହରାଇଲେ କୁଷ୍ଠ ରୋଗ ରେ ପିଡୀତ ନିମାପଡା ସଲଙ୍ଗ ପଞ୍ଚାୟତ ମଧୁପାତ୍ର ଗ୍ରାମର ଉପେନ୍ଦ୍ର ଜେନା। ଗାଁ ଗଣ୍ତା ରେ ଭିକ୍ଷାବୃର୍ତ୍ତି କରି ପେଟ ପେଷୁଥିବା ବେଳେ ପଲିଥିନ ତଳେ ବିତୁଛି ଜିବନ । ସେପଟେ ଉପେନ୍ଦ୍ରଙ୍କୁ ଖୁବ ଶୀଘ୍ର ରାସନ କାର୍ଡ ଯୋଗାଇ ଦିଆଯିବ।ର ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଡିଓ ।
ଉପେନ୍ଦ୍ରଙ୍କୁ ବଞ୍ଚିବା ପାଇଁ ଦୈନଦିନ ସଂଘର୍ଷ କରିବାକୁ ପଡୁଛି ।ବୟସ ୭୦ ଛୁଇଁଲାଣି । ସେପଟେ ଯୁବକ ଅବସ୍ଥା ରୁ କୁଷ୍ଠରୋଗ ରେ ପିଡୀତ ଥିବା ବେଳେ କାମଧନ୍ଧା କରିବାକୁ ସଂପୂର୍ଣ୍ଣ ଅସମର୍ଥ । ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରି ସରକାରୀ ଚାକିରୀ ରେ ଯୋଗ ଦେବାର କିଛି ଦିନ ପରେ କୁଷ୍ଠ ରୋଗ ରେ ଆକ୍ରାନ୍ତ ହୋଇ ଚାକିରୀ ହରାଇଥିଲେ ଉପେନ୍ଦ୍ର । ଯୁବକ ଅବସ୍ଥା ରୁ ଏ ପର୍ଯ୍ୟନ୍ତ କୁଷ୍ଠ ରୋଗ ରେ ପିଡୀତ ହୋଇଥିଲେ ମଧ୍ୟ ସମବେଦନା ଜଣାଇବାକୁ ନିଜର ବୋଲି କେହି ନାହିଁ । ଝୁମ୍ପୁଡି କୁଡିଆ ପଲିଥିନ ଘରେ ବର୍ଷ ବର୍ଷ ଧରି ଜିବନ କାଟୁଥିବା ବେଳେ ସରକାରୀ ଭତ୍ତା ଓ ରାସନ କାର୍ଡ ରେ ମିଳୁଥିବା ଚାଉଳ ରେ କଷ୍ଟେ ମଷ୍ଟେ ଚଳିଯାଇଥିଲେ ଉପେନ୍ଦ୍ର । ମାତ୍ର ୧୮ ମାସ ଧରି ରାସନ କାର୍ଡ ରେ ଫିଙ୍ଗର ପ୍ରିଣ୍ଟ ମେଳ ଖାଉନଥିବା ଅଭିଯୋଗ କରି ଉପେନ୍ଦ୍ରଙ୍କର କାର୍ଡକୁ କାଟି ଦେଇଛି ପ୍ରଶାସନ । ଯାହା ପାଇଁ ଗ୍ରାମରେ ଭିକ୍ଷାବୃର୍ତ୍ତି କରି ନିଜ ପେଟ ପୋଷୁଛନ୍ତି ଉପେନ୍ଦ୍ର । ସେପଟେ କୁଷ୍ଠ ରୋଗ ପାଇଁ ଆଙ୍ଗୁଠି ରେ ତାଳମେଳ ରହୁନଥିବା ପାଇଁ ବାରମ୍ଵାର ରାସନ କାର୍ଡ ପାଇଁ ଦୈ।ଡି ଦୈ।ଡି ନିରାଶ ହୋଇଛନ୍ତି ଉପେନ୍ଦ୍ର ।
ଗ୍ରାମବାସୀ ମାନେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥିବା ବେଳେ ତାଙ୍କୁ ତୁରନ୍ତ ରାସନ କାର୍ଡ ସହିତ ପକ୍କା ଗୃହ ଯୋଗାଇ ଦେବାକୁ ଦାବୀ କରିଛନ୍ତି ।