Breaking News

ପ୍ରେଟୋଲ ପମ୍ପରେ ମ୍ୟାନେଜରକୁ ମାଡ ମାରିବା ଅଭିଯୋଗରେ ତିନି ଯୁବକ ଗିରଫ


ସାକ୍ଷୀଗୋପାଳ ------ ଭୁବନେଶ୍ୱର- ପୁରୀ ନଂ-୩୧୬ ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟ ବୀରଗୋବିନ୍ଦପୁର  ପ୍ରେଟୋଲ ପମ୍ପରେ ମ୍ୟାନେଜରଙ୍କୁ ମାଡ ମାରି ଦାଦା ବଟି ମାଗିବା ଅଭିଯୋଗରେ ତିନି ଜଣ ଯୁବକ ଗିରଫ ହୋଇଛନ୍ତି । ପୋଲିସ ସୁତ୍ରରୁ ପ୍ରକାଶ ଯେ ୨୮ ତାରିଖ ବିଳମ୍ବିତ ରାତିରେ ତିନିଜଣ ଯୁବକ ଦୁଇଟି ଗାଡିରେ ଆସି ଦାଦା ବଟି ମାଗିଥିଲେ । ତେଲରେ ଠକୁଥିବା କହି ଟଙ୍କା ଦେବାକୁ କହିଥିଲେ । କର୍ମଚାରୀ ମାନେ କହିଥିଲେ ଆମ ପାଖରେ ପଇସା ନାହିଁ ମ୍ୟାନେଜର ନେଇ ଯାଇଛନ୍ତି । ମ୍ୟାନେଜର ପାଟି ଶୁଣି ବାହାରକୁ ଆସିଥିଲେ । ଯୁବକ ମାନଙ୍କ ସହ ଯୁକ୍ତି ତର୍କ ହେବା ସମୟରେ ମଟର ସାଇକେଲରେ ବସିଥିବା ଜଣେ ଯୁବକ ହାତରେ ଧରିଥିବା ହେଲେମେଣ୍ଟରେ ମୁଣ୍ଡକୁ ବାଡେଇ ଦେଇଥିଲେ । ଯାହାକି ସମସ୍ତ ଘଟଣା ସିସି କ୍ୟାମେରାରେ କଏଦୀ ହୋଇଥିଲା । ପରେ ଯୁବକ ମାନେ ସିସି କ୍ୟାମେରା ଦେଖି କ୍ୟାମେରା ଆଡୁଆଳକୁ ମ୍ୟାନେଜର ଧବଳେଶ୍ୱର ପାତ୍ରଙ୍କୁ ନେଇ ଯାଇ ମାଡ ମାରିଥିଲେ । ଏହି ସମୟରେ ସ୍ଥାନୀୟ କିଛି ଲୋକ ପଳେଇ ଆସିବାରୁ ଯୁବକ ମାନେ ଖସି ପଳାଇଥିଲେ । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ପ୍ରେଟୋଲ ପମ୍ପ ମ୍ୟାନେଜର ଧବଳେଶ୍ୱର ପାତ୍ର ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସତ୍ୟବାଦୀ ଥାନା କେସନଂ ୨୫୪/୨୦ରେ ଏକ କେସରୁଜ କରି ଆଇଆଇସି ଦେବୀ ପ୍ରସାଦ ପାତ୍ର ତେଇଶିପୁର ଗ୍ରାମର ବାପି ସ୍ୱାଇଁ,କାଳିଆକେରା ଗ୍ରାମର କାଳୁ ସ୍ୱାଇଁ ଓ ବୀରପତାପୁର ଗ୍ରାମର କାହ୍ନଙ୍କୁ  ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେମାନଙ୍କ ବିରୁଧରେ ୩୮୪/୩୦୭/୩୪ ଆଇପିସି ଦଫା ଲାଗିଛି । ଥାନା ଏସ. ଆଇ ବି, କେ ,ଜେନା କେସ ତଦନ୍ତ କରୁଥିବା ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts