ହୃଦ ଘାତରେ ପୂଜକ, ଜ୍ୟୋତିଷଙ୍କର ମୃତ୍ୟୁ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମର ଅକ୍ଷୟ କୁମାର ଦୀକ୍ଷିତି (୫୪) ବର୍ଷଙ୍କର ହୃଦ ଘାତରେ ମୃତ୍ୟୁ ହୋଇଯାଇଛି । ସେ ଜଣେ ଭଲ ଜ୍ୟୋତିଷ , ପୂଜକ, ପଣ୍ଡିତ ଭାବେ ବେଶ ଆଖ ପାଖ ଅଞ୍ଚଳରେ ପରିଚିତଥିଲେ । କୁକୁର, ବିଲେଇ, କାଉ, ବଣି, ପାରା , ଛୋଟପିଲା ଓ ବୃଦ୍ଧ ମାନଙ୍କୁ ପ୍ରତିଦିନ କିଛି ନା କିଛି ଖାଇବାକୁ ଦେଇଥାନ୍ତି । ତାଙ୍କର ସ୍ତୀ ଓ ଝିଅ କିଛି ଦିନ ହେବ ବାପା ଘରକୁ ବୁଲିବା ପାଇଁ ଯାଇଛନ୍ତି । ପୁଅ ୧୦ ଦିନ ହେବ ହାଇଦ୍ରାବାଦ ଯାଇଥିବା ଜଣାପଡିଛି । ଆଜି ସକାଳେ ଘର ଦୁଆର ନ ଖୋଲିବାରୁ ସ୍ଥାନୀୟ ବା ପଡିଶା ଘର ଡାକିଥିଲେ । କୌଣସି ଉତ୍ତର ନ ମିଳିବାରୁ ବା ଘରର କବାଟ ନ ଖୋଲିବାରୁ ଫନିରେ ଘରର ପଛପଟ ଭାଙ୍ଗି ଯାଇଥବାରୁ ବାରିପଟେ ଯାଇ ଦେଖିଲା ବେଳକୁ ସେ ତଳେ ପଡିଛନ୍ତି । ଏହି ଖବର ପ୍ରସାରିତ ହେବାପରେ କେତକୀପାଟଣା ମହୁରା, ବଳରାମପୁରଗଡ, ବାଲିପୁଟ ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ପୁରୁଷ ମାନେ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ । ଖବର ପାଇ ତାଙ୍କ ପରିବାର, ବନ୍ଧୁ ମାନେ ପହଞ୍ଚିଥିଲେ । ଶେଷରେ ଗ୍ରାମବାସୀ ମାନେ ଗ୍ରାମରେ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିବା ସହ ଶ୍ରୀ ଦରୀକ୍ଷିତଙ୍କର ଗ୍ରାମ ଶଶ୍ମାନରେ ଶେଷକୃତ କରାଯାଇଥିଲା ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି