ଭାରତ ସ୍କାଉଟ,ଗାଇଡ ପକ୍ଷରୁ ଆୟୋଜିତ ଡିଜିଟାଲ ଡ୍ୟାନ୍ସ ପ୍ରତିଯୋଗୀତା
ବରଗଡ଼---- ଓଡିଶା ରାଜ୍ଯ ଭାରତ ସ୍କାଉଟ,ଗାଇଡ ପକ୍ଷରୁ ବରଗଡ ଜିଲ୍ଲା ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ ପରିସରରେ ଡିଜିଟାଲ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଟୋପ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ଗାଇଡ କ୍ଯାପଟେନ ଅନୁସୂୟା ଦେବତା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ୫୦ଜଣରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ଯରୁ ଶ୍ରୀମତି ଅନୁସୂୟା "ଏ"ଗ୍ରେଡ ହାସଲ କରିଛନ୍ତି। ଏହି ସଫଳତା ବରଗଡ ଜିଲ୍ଲା ସ୍କାଉଟଗାଇଡ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛି।ପ୍ରଥମ ଥର ପାଇଁ ଆୟୋଜିତ ଡିଜିଟାଲ ନୃତ୍ଯ ପ୍ରତିଯୋଗୀତାରେ ବରଗଡ ଜିଳ୍ଳାରୁ ମାତ୍ର ଜଣେ ଅଂଶଗ୍ରହଣ କରି "ଏ"ଗ୍ରେଟ ପାଇ ଶ୍ରୀମତି ଦେବତା ବହୁତି ଖୁସି ଅନୁଭବ କରିଛନ୍ତି। ସେ ଜଣେ ଶିକ୍ଷୟିତ୍ରୀ ସାଙ୍ଗକୁ ଅନେକ କ୍ଷେତ୍ରରେ ପାରଦର୍ଶୀତା ହାସଲ କରିଛନ୍ତି।କରୋନା ସମୟରେ ସେ ଗାଁ ଗାଁ ବୁଲି ସମାଜ ସେବା କରି ନିକଟ ଅତୀତରେ ସେ ଭାରତ ରାଜ୍ଯ ସ୍କାଉଟ ଗାଇଡ ପକ୍ଷରୁ କରୋନା ଯୋଦ୍ଧାଭାବେ ମଧ୍ଯ ସମ୍ବର୍ଦ୍ଧିତ ହୋଇଛନ୍ତି।ଏହାସହ ଓଡିଶା ରାଜ୍ଯ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ଯ ତାଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ସହ ସମ୍ବର୍ଦ୍ଧିତ କରା ଯାଇଥିଲା।ଶ୍ରୀମତୀ ଦେବତାଙ୍କ ନେତୃତ୍ବରେ ନିଜ ବିଦ୍ଯାଳୟର ଦୁଇଜଣ ଗାଇଡ ଛାତ୍ରୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହେବାସହ ବହୁ ଛାତ୍ରଛାତ୍ରୀ ରାଜ୍ଯପୁରସ୍କାର ପାଇସାରିଛନ୍ତି।ଗାଇଡ କ୍ଷେତ୍ରରେ ତାଙ୍କର ଏହି ଉତ୍ସର୍ଗୀକୃତ ସେବା ପାଇଁ ୨୦୧୫ ମସିହାରେ ବସନ୍ତ ବିଶ୍ବାଳ ପୁରସ୍କାର,ପ୍ରକୃତି ପ୍ରେମୀ ଭାବରେ ୨୦୧୬ ମସିହାରେ ପ୍ରକୃତି ବନ୍ଧୁ ପୁରସ୍କାର,୨୦୧୬ମସିହାରେ ଟାଙ୍ଗରପାଲି ଶାନ୍ତିବନ ଆଶ୍ରମରୁ ନାରୀଶକ୍ତି ସମ୍ମାନ,ଅତାବିରା ବହିହାଟରେ ନାରୀନେତ୍ରୀ,ନୂଆପଡା ଜିଲ୍ଲାର ଆମସେନା ଆଶ୍ରମର ସୁବର୍ଣ୍ଣ ଜୟନ୍ତି ସମାରୋହ ୨୦୧୭ରେ ମାତୃଶକ୍ତି ସମ୍ମାନ,ସମାଜ ତରଫରୁ ୨୦୧୮ମସିହାରେ ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ,୨୦୧୯ ମସିହାରେ ବୁଢାରଜା ଯୁବକସଂଘ ପଣ୍ଡଲେଇ ପକ୍ଷରୁ ଆଦର୍ଶ ଶିକ୍ଷୟିତ୍ରୀ,୨୦୧୯ମସିହାରେ ବାଲେଶ୍ବର ପଦ୍ମଲୋଚନ ପାଠାଗାର ରୁ କବି କମଳ ସମ୍ମାନ ଓ ୨୦୨୦ ମସିହାରେ ଫୁଳବାଣୀ ବନଜ୍ଯୋତ୍ସ୍ନା ସାହିତ୍ଯ ସଂସଦ ପକ୍ଷରୁ ସାରସ୍ୱତ ସମ୍ମାନ ଲାଭ କରି ସେ ବହୁବିଧ ପ୍ରତିଭାର ଅଧିକାରୀଣୀ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.