Breaking News

ଡେଲାଙ୍ଗରେ ୨୭ ଜଣ କରୋନା ପଜେଟିଭି ଚିହ୍ନଟ ; କଣ୍ଟେନମେଣ୍ଟ ଜୋନ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ଡେଲାଙ୍ଗ ----ଡେଲାଙ୍ଗ ବ୍ଳକରେ ଶନିବାର ୨୭ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଏହି ୨୭ ଜଣଙ୍କ ମଧ୍ୟରୁ ୧୩ ଜଣ  ୩ଟି ସଂଗରୋଧ କେନ୍ଦ୍ରରୁ  ଚିହ୍ନଟ ହୋଇଛନ୍ତି ।  କଣ୍ଟ୍ରାକ୍ଟ ଟ୍ରେସିଂରୁ ୩ ଜଣ ,ହୋମ କ୍ୱାରେଣ୍ଟାଇନରୁ ୧୧ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସନ୍ତୋଷ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । । ଗୁଆଳିପଡା ସଂଗରୋଧ କେନ୍ଦ୍ରରୁ ୫ଜଣ, ଅଭୟମୁଖୀ ସଂଗରୋଧ କେନ୍ଦ୍ରରୁ ୪ ଜଣ ଓ ଧାନକେରା ସଂଗରୋଧ କେନ୍ଦ୍ରରୁ ୪ ଜଣ ଚହ୍ନିଟ ହୋଇଥିବା ଜଣାପଡିଛି । ଏମାନେ ଦିଲ୍ଲୀ, ରାଜସ୍ଥାନ, ପଣ୍ଡିଚେରୀ, ହରିୟାନ, ବାଙ୍ଗୋଲୋର, କଟକ, ତାମିଲନାଡୁ ଆଦି ଅଞ୍ଚଳରୁ ପ୍ରବାସୀ ଓଡିଆ ଆସିଥିବା ଜଣାପଡିଛି । ସେହିପରି କଣ୍ଟାକ୍ଟଟ୍ରେସଂ ରୁ ପଥରଡିହରୁ ଜଣେ ହୋଇଥବା ବେଳେ ବୀରମୁକୁନ୍ଦପୁର ଗ୍ରାମରୁ ୨ଜଣ ରହିଛନ୍ତି ।  ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ରହିଛନ୍ତି । ସେହିପରି ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ  ଜଣେ ଗର୍ଭବତୀ, କୁଞ୍ଜୁର ୩ଜଣ, ବୋଳକଣା ୧ ଜଣେ, ନିମାକେରା ୨, ପ୍ରଚଣ୍ଡପୁର୧, ପାଣିଓରା ୧, ଜୟପୁର ୧ ଜଣେ ରହିଥିବା ବେଳେ ନାଗଣ ଗ୍ରାମର କରୋନା ଯୋଦ୍ଧା ଆଶା ପଜେଟିଭି ଆସିଥିବା ଜଣାପଡିଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହନ୍ତି ଆସନ୍ତା କାଲି ଠାରୁ ଆକ୍ଟିଭ ସର୍ଭେ କରାଯିବ । ପଜେଟିଭି ଆସିଥିବା ଲୋକମାନେ କାହାସହିତ ମିଳାମିଶା କରିଛନ୍ତି ତାହା ଅନୁସନ୍ଦାନ କରାଯିବ । କରୋନା ଆକ୍ରାନ୍ତଙ୍କ ଘର ଓ ଆଖ ପାଖ ଗ୍ରାମ ଗୁଡିକ ବିଶୋଧନ କରାଯିବା ପାଇଁ ଅଗ୍ନିଶମ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଡାକ୍ତର ଶ୍ରୀ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । ଅନ୍ୟପକ୍ଷେ ବ୍ଳକ ପ୍ରଶାସନ ପକ୍ଷରୁ କଣ୍ଟେମେଣ୍ଟ ଜୋନ ଘୋଷଣା ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତି କରାଯାଉଛି ବୋଲି ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କ ଠାରୁ ସୁଚନା ମିଳିଛି । ୨୭ ଜଣ କରୋନା ପଜେଟିଭି ବାହାରିଥିବା ବେଳେ ଡେଲାଙ୍ଗରେ ଜନସାଧାରଣ କୋଭିଡ-୧୯ ଆଇନ ବା ସଟଡାଉନକୁ ମାନୁ ନଥିବା ଜଣାପଡିଛି ।
  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts