ଶୁଭଲକ୍ଷ୍ମୀ ହେଲେ ଡେଲାଙ୍ଗ ବ୍ଲକ ମାଟ୍ରିକ୍ ଟପର
ଡେଲାଙ୍ଗ ----- ବହୁ ଆଶା ଆଶଙ୍କା ମଧ୍ୟରେ ଚଳିତ ବର୍ଷ ମାଟ୍ରିକ ପରିକ୍ଷା ଫଳ ଆଜି ପ୍ରକାଶ ପାଇଛି । ଡେଲାଙ୍ଗ ବ୍ଲକରେ ଦୁଇ ଜଣଛାତ୍ରୀ ଏ(୧) ଗ୍ରେଡ ପାଇଥିବା ବ୍ଲକ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା ସୁଚନା ଦେଇଛନ୍ତି । ସୁଚନା ଅନୁଯାଇ ଶ୍ରୀପୁରୁଷତମପୁ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୁଭଲକ୍ଷ୍ମୀ ପାଢି ୬ଶହ ନମ୍ବରରୁ ୫୭୨ ନମ୍ବର ମାର୍କ ରଖି ବ୍ଲକ ଟପର ହୋଇଥିବା ବେଳେ ସେହି ବିଦ୍ୟାଳୟର ଅନ୍ୟତମ ଛାତ୍ରୀ ମଧୁଶ୍ରୀ ଭୁୟାଁ ୫୫୪ ନମ୍ବର ମାର୍କ ରଖି ଏ-୧ ଗ୍ରେଡରେ ପାସ୍ କରିଛନ୍ତି ।ଏହି ବିଦ୍ୟାଳୟର ଛାତ୍ରୀ ଦ୍ୱୟଙ୍କ ସଫଳତା ପାଇଁ ପ୍ରଧାନ ଶିକ୍ଷୟ୍ତ୍ରୀ କଳ୍ପନା ପ୍ରଧାନଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ତେବେ କୃତିଛାତ୍ରୀ ଦ୍ୱୟ ଭଲ ପାଠପଢି ମାଟ୍ରିକ୍ ପରିକ୍ଷାରେ ଏ-୧ ଗ୍ରେଡ୍ ପାସ କରି ବିଦ୍ୟାଳୟର ଗୈାରବ ଆଣିଥିବାରୁ ସ୍ଥାନୀୟ ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର , ସମିତିସଭ୍ୟାଙ୍କ ପ୍ରତିନିଧି ତଥା ଆଇନିଜୀବି ପ୍ରମୋଦ ପାତ୍ର,ଏମ୍ଜେ ସ୍ମାଇଲିର ମୁଖ୍ୟ ମନୋରଞ୍ଜନ ଜେନା , ଡେଲାଙ୍ଗ ଟୁଇଟର କ୍ଲବ ସମ୍ପାଦକ ବିଶ୍ୱଜିତ ପାଢୀ ପ୍ରମୂଖ ଛାତ୍ରୀ ଦ୍ୱୟଙ୍କୁ ଶୁଭେଛା ଜଣାଇବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସେହିପରୀିଚଳିତ ବର୍ଷ ମାଟ୍ରିକ ପରିକ୍ଷାରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପୀଠ ଏବଂ ରେଞ୍ଚ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମାଟ୍ରିକ ଫଳାଫଳ ଶତପ୍ରତିଶତ ହୋଇଥିବା ନେଇ ଏବିଇଓ ପରିଡା ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି