ଖରିଫ ୨୦-୨୧ ବର୍ଷ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଚୀକରଣ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ----- ଖରିଫ ୨୦-୨୧ ବର୍ଷ ପାଇଁ ଚାଷୀ ପଞ୍ଜିକରଣ ପ୍ରଶିକ୍ଷଣ ଶିବିର ସାକ୍ଷୀଗୋପାଳ ମୁଖ୍ୟ ବଜାର ପ୍ରାଙ୍ଗଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମବାୟ ଓ ଯୋଗାଣ ବିଭାଗଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରକୁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ସାକ୍ଷୀଗୋପାଳଙ୍କ ସହଯୋଗରେ ପ୍ରଶିକ୍ଷଣ ଶିବିର କୋଭିଡ- ୧୯ ଆଇନକୁ ମାନି ଦୁଇଟି ବ୍ୟାଚ କରାଯାଇ ତାଲିମ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ କୃଷ୍ଣପ୍ରସାଦ, ବ୍ରହ୍ମଗିରି, କଣାସ ଓ ଡେଲାଙ୍ଗ ବ୍ଳକର ୧୨ ଜଣ ସେବା ସମବାୟ ସମିତିର ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ମାନେ ଏହି ତାଲିମ ପ୍ରଶିକ୍ଷଣ ନେଇଥିଲେ । ବିଶେଷ କରି ନୂତନ କର୍ମଚାରୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି । ସେହିପରି ୨ୟ ପର୍ଯ୍ୟାୟରେ ପିପିଲି, ସତ୍ୟବାଦୀ ଓ ପୁରୀ ସଦରର ସେବା ସମବାୟ ସମିତିର ୯ ଜଣ କର୍ମଚାରୀ ଏହି ପ୍ରଶିକ୍ଷଣ ନେଇଥିବାର ଜଣାପଡିଛି । ରାଜ୍ୟରେ କରୋନା ଯୋଗୁ ଏକ ସଙ୍ଗେ ତାଲିମ ପ୍ରଦାନ ନ କରାଯାଇ ବ୍ୟାଚ ବ୍ୟାଚ ଅନୁଯାୟୀ ଯେତେ କମ ସଂଖ୍ୟାର ଏପରିକି ପ୍ରତି ବ୍ଳକରୁ ୩ଜଣ କରି ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିବା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ କହିଛନ୍ତି । ଏ. ଆର, ସି . ଏସ ପ୍ରକାଶ ସେଠୀ, ଡି. ଆର.ସି. ଏସ ପ୍ରଶାନ୍ତ କୁମାର ଦାଶ, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ ଲୋଚନ ଆଚାର୍ଯ୍ୟ , ଏ. ସି. ଏସ ଓ ଆଶିଷ କୁମାର ମହାନ୍ତି , ପି. ପାସ ଡି. ଇ, ଓ ସୁଦର୍ଶନ ପତି ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସୁରେନ୍ଦ୍ର ଚରଣ ଦତ୍ତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ବିରଞ୍ଚିନାରାୟଣ ମିଶ୍ର ସାକ୍ଷୀଗୋପାଳ ନିୟନ୍ତ୍ିତ ବଜାର କମିଟିର କର୍ମଚାରୀ ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।