Breaking News

କଣ୍ଟେନମେଣ୍ଟ ଜୋନରେ ପଥର ମାଫିଆଙ୍କୁ ପୁଣି ପାହାରେ ; ୯୦ହଜାର ଜୋରିମାନା ଆଦାୟ


ଓଡ଼ଗାଁ/କୁରାଳ- ଆଜକୁ ୨୯ଦିନ ହେଲା ଓଡ଼ଗାଁ ଅଞ୍ଚଳରେ ବଢୁଥିବା କରୋନା ଆକ୍ରାନ୍ତଙ୍କର ସଂଖ୍ୟାକୁ ଦେଖି ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ସମଗ୍ର ଓଡ଼ଗାଁ ବ୍ଲକର ୫ପଞ୍ଚାୟତର ୨୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୧୫ଟି ଗ୍ରାମକୁ ବଫର ଜୋନ ଘୋଷଣା କରିଥିଲେ ।କରୋନା ସଂକ୍ରମଣଙ୍କୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ କୋମଣ୍ଡ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ସ୍ଥଳେ ପ୍ରତିଦିନ ଏଠାରୁ ପଥର ଚୋରାରେ ପଥର ଚାଲାଣ ହେଉଅଛି ।
ଆଜି ଦିନପ୍ରାୟ ୨ଘଟିକା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ଅଚାନକ କୋମଣ୍ଡ ଅଞ୍ଚଳର ଏକ ଖଣିରେ ଚଢ଼ାଉ କରି  ଏକ ମିନିଟ୍ରକ (ଓଆର ୦୨ବିଡି ୧୭୯୧),ସମେତ ଏକ ଜେସିବି (ଓଡ଼ି୨୫ କେ ୫୮୦୦)ଏବଂ ଏକ କଟର ମେସିନକୁ ଜବତ କରିଥିଲେ ।
ଜବତ ମିନିଟ୍ରକଠାରୁ  ୨୫ ହଜାରଟଙ୍କା ,ଜେସିବିକୁ ୪୫୦୦୦ଟଙ୍କା ଏବଂ କଟର ମେସିନକୁ ୨୦୦୦୦ ଟଙ୍କା ସମେତ ସମୁଦାୟ ୯୦ହଜାର ଟଙ୍କା ଜୋରିମାନା ତହସିଲଦାର ଆଦାୟ କରିଛନ୍ତି । ଆଜିର ଏହି ଚଢାଉ ସମୟରେ କୋମଣ୍ଡ ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପରିଡାଙ୍କ ସମେତ ଶିଖରପୁର ରାଜସ୍ୱ ନିରୀକ୍ଷକ ସାମିଲ ହୋଇଥିଲେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts