Breaking News

ଖବର ପ୍ରକାଶିତ ହେବା ପରେ ରାସ୍ତା ମରାମତି ହେଲା

ଡେଲାଙ୍ଗ ---- ପଟ୍ଟନାୟିକିଆ-ଡେଲାଙ୍ଗ-ଖୋର୍ଦ୍ଧା (ପିଡିକେ) ରାସ୍ତାର ହାଟ ଡେଲାଙ୍ଗ ବଜାର ନିକଟରେ ପ୍ରଭାହିତ ଲୁଣା ସେତୁ ନିକଟରେ ବିରାଟ ବିରାଟ ଖାଲ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ୨୦ତାରିଖ ରେ ବିଭିନ୍ନ ଖବର କାଗଜରେ  ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ପିପିଲି ପୂର୍ତ୍ତ  ବିଭାଗର ତତ୍ପରତା ପ୍ରକାଶ ପାଇଥିଲା । ରାସ୍ତାରେ ସୃଷ୍ଟି ହୋଇଥିବା  ଖାଲଖମା ଗୁଡିକ ପିପିଲି ପୁର୍ତ୍ତ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ କରାଯାଇଛି । ଏହି ବ୍ୟସ୍ତ ବହୁଳ ରାସ୍ତା  ଦେଇ ଦୈନଦିନ ଶତାଧିକ ଯାନବାହନ ସହ ଲୋକମାନେ ଚଳପ୍ରଚଳ କରନ୍ତି । ରାସ୍ତା ମଝିରେ ଖାଲଖମା ହୋଇଥିବାରୁ ଜନ ସାଧାରଣ  ଯାତାୟତରେ ବହୁତ ହଇରାଣ ହେବା ଛୋଟବଡ ଦୁର୍ଘଟଣା ମାନ ଘଟୁଥିଲା । ପୁର୍ତ୍ତବିଭାଗର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts