Breaking News

ଅସହାୟ ବ୍ୟକ୍ତି ଉଦ୍ଧାର, ନିଳାଦ୍ରୀ ନିଲୟରେ ଥଇଥାନ


ପୁରୀ---- ନାଁ ପୁରନ ବାର୍ଲା , ଘର ସୁନ୍ଦରଗଡର ଖୁଟଗାଁ । ଘରେ ପୁଅ ଓ ତିନି ଝିଅ । ଲକଡାଉନ ସମୟରେ ୧୫ ଦିନ ପାଦରେ ଚାଲି ଚାଲି ପହଞ୍ଚିଥିଲେ ଶ୍ରୀକ୍ଷେତ୍ରରେ । ଖାଇବା, ପିଇବା ଓ ରହିବା ପାଇଁ ପାଖରେ ସମ୍ବଳ ନାହିଁ । ମାଗିଯାଚି ୧୫ ଦିନ ହେବ ରହୁଥିଲେ ପୁରୀରେ । ଆଜି ଡିଆଜି କଲୋନୀ ପରିସରରେ ବୁଲୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ନଜର ପଡିଲା ନିଳାଦ୍ରୀ ନିଳୟ ଟିମର । ଉଦ୍ଧାର କରି ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଚନ୍ଦନପୁରସ୍ଥିତ ନିଳାଦ୍ରୀ ନୀଳୟରେ ଥଇଥାନ କରାଯାଇଛି । ତାଙ୍କୁ ନୂଆବସ୍ତ୍ର ପ୍ରଦାନ କରାଯିବା ସହ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି । ସେ ଉକ୍ତକେନ୍ଦ୍ରରେ ରହି ନିଜର ଖୁସି ବ୍ୟକ୍ତ କରିଛନ୍ତି । ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଯୋଗାଯୋଗ କରାଯାଇଛି ।
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts