ସତ୍ୟବାଦୀରେ ୭ଟି ଗ୍ରାମ ଓ ବ୍ଳକ କାର୍ଯ୍ୟାଳୟ କଣ୍ଟେନମେଣ୍ଟ ଜୋନ ଘୋଷଣା
ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୭ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ସୋମବାର ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ଘୋଷଣା କରିଛନ୍ତି । ଏହି ଗ୍ରାମରୁ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେ ଗୁଡିକ ହେଲା କାଦୁଆ ଗ୍ରାମ ପଞ୍ଚାୟତର କାଦୁଆ ଗ୍ରାମ ଓ ତଳପାଟଣା ଗ୍ରାମ, ଶୁକଳ ଗ୍ରାମ ପଞ୍ଚାୟତର ବଡପଡା, ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଦାସବିଦ୍ୟାଧରପୁର ସାମିଲ ଡିହପୁର ଗ୍ରାମକୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ରାୟଖଣ୍ଡି ଗ୍ରାମର ସୁଆଁଲ ଗ୍ରାମ ଓ ଗବକୁଣ୍ଡ ହାଟକୁ ୨୯ ତାରିଖ ପର୍ଯ୍ୟନ୍ତ ସଟଡାଉନ କରାଯାଇଛି । ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ ପଜେଟିଭି ବାହାରିବା ପରେ ଏବେ ବ୍ଳକ କାର୍ଯ୍ୟାଳୟକୁ ସଟଡାଉନ କରାଯାଇଛି ବୋଲି ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି