ହୃଦୟ ଙ୍କ ପାଇଁ ସ୍ମୃତି ସଭା,
ଓଡ଼ଗାଁ/କୁରାଳ-ସଭିଙ୍କ ପ୍ରିୟ ସମ୍ବାଦ ଖବର କାଗଜ ର ସାମ୍ବାଦିକ ସ୍ବର୍ଗତ ହୃଦୟ ରଞ୍ଜନ ମହାରଣା ଙ୍କ ଆଜି ଏକାଦଶାହ ଅବସରରେ ଓଡ଼ଗାଁ,ହେମମାଳୀ ସାହିରେ ତାଙ୍କ ନିଜ ବାସଭବନରେ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ତରଫରୁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ର ସଭାପତି ଦିବାକର ନାୟକ ସଭାପତିତ୍ବ କରିଥିଲେ। ପ୍ରଥମେ ସ୍ୱର୍ଗତ ମହାରଣା ଙ୍କ ଫଟୋ ଚିତ୍ରରେ ସମସ୍ତ ଉପସ୍ଥିତ ସଭ୍ୟା,ସଭ୍ୟ, ପରିବାର ସଦସ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।ପରେ ମହାରଣା ଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଲୋକନାଥ ମିଶ୍ର, ନିରଞ୍ଜନ ସାହୁ, ପଞ୍ଚାନନ ପଣ୍ଡା,ଶରତ ଚନ୍ଦ୍ର ଷଡ଼ଙ୍ଗୀ,ସାରସ କୁମାର ମିଶ୍ର, ନାରାୟଣ ପାଣିଗ୍ରାହୀ, ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ପ୍ରହଲ୍ଲାଦ ବେହେରା, ପିନାକୀ ପ୍ରିୟଦର୍ଶିନୀ, ପ୍ରଭାତୀ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ,ରାଜୀବ ଲୋଚନ ବରାଡ଼, ସ୍ୱରୂପ ରଞ୍ଜନ ମିଶ୍ର, ସୁବ୍ରତ କୁମାର ସାହୁ, ମନୋଜ କୁମାର ପଣ୍ଡା ଏବଂ ଉଚ୍ଛବ ମଲ୍ଲିକ ଇତ୍ୟାଦି ସାରସ୍ବତ ସାଧକ ସେ ମହାଶୟ ଙ୍କ ସ୍ମୁତିଚାରଣ କରିଥିଲେ। ସ୍ୱତନ୍ତ୍ର ଅତିଥି ରୂପେ ନୟାଗଡ଼ ସମ୍ବାଦ ସାହିତ୍ୟ ଘର ର ସମ୍ପାଦକ ରାମକୃଷ୍ଣ ରଥ ଏବଂ ନୁଆଗାଁ ସମ୍ବାଦ ପ୍ରତିନିଧି ସୁନୀଲ ପଟ୍ଟନାୟକ ସ୍ମୃତି ଉଦ୍ଦେଶ୍ୟରେ ସେ କମ୍ ବୟସରେ କିଭଳି ଭଲକାମ କରି ଆଜି ଓଡ଼ଗାଁ , ନୟାଗଡ଼ ତଥା ରାଜ୍ୟ ସ୍ତରରେ ସଭିଙ୍କ ପ୍ରିୟପାତ୍ର ହୋଇପାରିଥିଲେ ସେ ବିଷୟରେ ବକ୍ତବ୍ୟ ରଖି ଦୁଃଖ ପ୍ରକାଶ କରିଥିଲେ ସମ୍ବାଦ ସାହିତ୍ୟ ଘର ପରିବାର ଓଡ଼ଗାଁ ର ସମସ୍ତ ସଦସ୍ୟ ମାନଙ୍କୁ ଏଭଳି କାର୍ଯ୍ୟକ୍ରମ ର ଆୟୋଜନ କରିଥିବା ହେତୁ କୃତଜ୍ଞତା ଜ୍ଞାପନ କରିଥିଲେ। ପରେ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ତରଫରୁ *ସ୍ମୁତିରେହୃଦୟ* ନାମକ ଏକ ସ୍ମରଣିକା ଶିକ୍ଷକବନ୍ଧୁ ଭକ୍ତରଞ୍ଜନ ମହାରଣା ଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା । ସମ୍ବାଦ ଖବରକାଗଜ ର ସମ୍ପାଦକ ସୈ।ମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦ ସାହିତ୍ୟ ଘର ର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପଠାଇଥିବା ବାର୍ତ୍ତା ପାଠ କରାଗଲା ।ଉକ୍ତ କାର୍ଯ୍ୟକ୍ରମରେ ପିତା ଭକ୍ତରଞ୍ଜନ ମହାରଣା, ମାତା ଲକ୍ଷ୍ମୀପ୍ରିୟା ମହାରଣା,ସ୍ତ୍ରୀ ହରପ୍ରିୟା ମହାରଣା ଭ୍ରାତା ଚିତ୍ତରଞ୍ଜନ ମହାରଣା,କବିନ୍ଦ୍ର ମହାରଣା ଏବଂ ବନ୍ଧୁ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଯଶୋବନ୍ତ ପଟ୍ଟନାୟକ ଓ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ର ସମ୍ପାଦକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ