ମାର ଘର ପୋଡି ପୁଅ ଗିରଫ
ସାକ୍ଷୀଗୋପାଳ -----ସତ୍ୟବାଦୀ ଥାନା ଅନ୍ତର୍ଗତ ପୋଡଙ୍ଗସାହିରେ ସାବିତ୍ରୀ ରାଉତ ଘର କରି ରହନ୍ତି । ତାଙ୍କର ପୁଅ ରିତି ( ଶିବୁନି ) ରଞ୍ଜନ ମହାପାତ୍ର ପୋଡଙ୍ଗ ସାହି ମା ପାଖରେ ପହଞ୍ଚ ି ଟଙ୍କା ମାଗିଥିଲେ । ମା ଟଙ୍କା ନ ଦେବାରୁ ଯୁବକ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲା । ଗ୍ରାମ ବାସୀ ତୁରନ୍ତ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସାବିତ୍ରିଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ଶିବୁନି ଓରଫ ରିତି ରଞ୍ଜନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି