କାଠ ମୂର୍ତ୍ତି କାରିଗର ଙ୍କ ପରିବାର ମୁହଁରୁ ହସ ଛଡାଇ ନେଇଛି କରୋନା
ସାକ୍ଷୀଗୋପାଳ ------ମହାମାରୀ କରୋନା ଦେଶ ଓ ରାଜ୍ୟରେ ତାର କାୟା ବିସ୍ତାର କରିଚାଲିଛି । ଫନି ବାତ୍ୟାରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଞ୍ଚଳର ଲୋକମାନେ ସିଧା ହୋଇ ଚାଲିବା ବେଳେକୁ କରୋନା ମାଡରେ ସମ୍ପୁର୍ଣ୍ଣ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ଲୋକମାନେ ଏବେ ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି । ଜାନୁୟାରୀ ମାସରେ ଯିଏ ୧୦ ରୁ ୧୨ ଜଣ ପିଲାଙ୍କୁ କାମ ଯୋଗାଇ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇ ପାରୁଥିଲା । ଆଜିସେ ନିଜେ ହସିବା କଥା ଛାଡ ଦିନେ ଖାଇଲେ ଆରଦିନ ଓପାସରେ କାଳତି ପାତ କରିବାକୁ ପଡୁଛି । ଏପରିକି ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି ସତ୍ୟବାଦୀ ବ୍ଳକର ଅନେକ ପରିବାର । କେତେକ ଯାଗରେ ଯୁବକ ମାନେ ବାଧ୍ୟ ହୋଇ ପରିବାର ମୁହଁରେ ହସ ଫୁଟାଇବା ପାଇଁ ଶ୍ରମିକ ଭାବେ କାମ କରୁଥିବା ଜଣାପଡିଛି । ଯାହାକି ସେମାନଙ୍କୁ ସବୁଦିନ କାମ ମିଳୁନାହିଁ ।
ସତ୍ୟବାଦୀ ବ୍ଳକର ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ମଳୁଖ ପାଟଣା ଗ୍ରାମର ସୁରେନ୍ଦ୍ର ବେହେରା (୪୩) । ପାଠ ପଢ଼ା ଶେଷ କରି ପୁରୀ, ଚନ୍ଦନପୁର ଓ ଭୁବନେଶ୍ୱର ବିଭିନ୍ନ ଅନୁଷ୍ଠାନରେ ସୁରେନ୍ଦ୍ର ବଡ ବଡ ମୂର୍ତ୍ତିକ କାରିଗର ମାନଙ୍କ ପାଖରେ ରହି କାମ ଶିଖିଥଲେ । ବିଶେଷ କରି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମୂର୍ତ୍ତି ତିଆରି ଶିଖିବା ପରେ ନିଜ ଘରେ ଆରମ୍ଭ କରିଥିଲେ । ୨୧ ବର୍ଷ ଧରି ଏହି କାଠରେ ମୂର୍ତ୍ତି ତିଆରି କରି ଆସୁଛନ୍ତି । ଏଥିରେ ନିଜର ପରିବାର ପ୍ରତିପୋଷଣ କରିବା ସହ ଅନ୍ୟ ପିଲା ମାନଙ୍କର ପରିବାର ପାଇଁ ରେଜଗାରର ମାଧ୍ୟମ ସାଜିଥିଲେ । ବିଶେଷ କରି ପୁରୀ ରଥଯାତ୍ରା, କେଣାର୍କ ମାଘ ସପ୍ତମୀ ମେଳା, କଟକ ବାଲିଯାତ୍ରା, ବ୍ରହ୍ମପୁର ଠାକୁରାଣୀ ଯାତ୍ରା, ଯୋରନ୍ଦା ମେଳାରେ ବିକ୍ରୟ କରି ଭଲ ଦି ପଇସା ମଳିଥାଏ । ଅନ୍ୟ ଦିନରେ ବିଭିନ୍ନ କାଠମୂର୍ତ୍ତି ସୋରୁମ ମାଲିକ ମାନେ ଅର୍ଡର ଦେଇଥାନ୍ତି । ଏହି ମୂର୍ତ୍ତି ଗୁଡିକ ଲିମ୍ବ କାଠରେ ତିଆରି କରାଯାଇଥାଏ । ୩ଇଞ୍ଚ ଠାରୁ ୪ରୁ ୫ ଫୁଟ ଉଚ୍ଚର ମୂର୍ତ୍ତି ଗଠନ କରିଥାନ୍ତି ସୁରେନ୍ଦ୍ର । ରାଜ୍ୟରେ ଓ ଦେଶରେ କରୋନା ଯୋଗୁ କେତେବଳେ ଲକଡାଉନ ତ କେତେବେଳେ ସଟଡାଉନ ଜାରି ହେଉଛି ।ପ୍ରାୟ ୪ ମାସ ହେଲା ଗଲାଣି ଗୋଟିଏ ବି ମୂର୍ତ୍ତି ବିକ୍ରୟ ହୋଇ ନାହିଁ ବା କୌଣସି ମାଲିକ ମୂର୍ତ୍ତି ପାଇଁ ମଧ୍ୟ ଅର୍ଡର ଦେଉନାହାନ୍ତି । ସରକାରୀ ଚାଉଳ ଏକମାତ୍ର ବଞ୍ଚିବାର ପଥ ବୋଲି ଆଖିଛଳ ଛଳରେ ସୁରେନ୍ଦ୍ର କହନ୍ତି । ଯଦି ସରକାର ଆମ ଭଳି ମୂର୍ତ୍ତିକାରିଗର ମାନଙ୍କ ଠାରୁ କିଛି କିଛି ମୂର୍ତ୍ତି କିଣିକି ନିଅନ୍ତେ ତା ହେଲେ ଏ ସଂସ୍ଥା ବା ଆମ ପରିବାର ବଞ୍ଚଯାଇ ପାରନ୍ତା ବୋଲି ସେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି