କରୋନା ନାଁରେ ଜିଲ୍ଲା ପ୍ରଶାସନର ବ୍ୟବସାୟ
ବରଗଡ଼---- ବିଶ୍ଵବ୍ୟାପୀ କରୋନା ମହାମାରୀ ସାରା ବିଶ୍ୱରେ ଏବେ ତାଣ୍ଡବଲୀଳା ରଚି ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବରଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୩୩୨ରେ ପହଞ୍ଚି ଆଜି ୮ଜଣ ପଜେଟିବ ଚିହ୍ନଟ ହୋଇଥିବାର ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।ଅନ୍ୟ ପକ୍ଷରେ କରୋନାକୁ ପ୍ରତିହତ କରିବା ପାଇଁ ସରକାରୀ ପକ୍ଷରୁ ଲକଡାଉନ ସହ ସଟଡାଉନ ଘୋଷଣା କରି ଅନେକ କଟକଣା ମାନ ଜାରି କରାଯାଇଛି । ବରଗଡ଼ ଜିଲ୍ଳାରେ ପୂର୍ବରୁ କରୋନା ପଜିଟିବ ଚିହ୍ନଟ ପରେ ସେଇ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ପୋଲିସ ପହରା ଥାଇ କଣ୍ଟେନମେଣ୍ଟ ଜୋନ୍ ରୁ ଲୋକେ ବାହାରି ଦୋକାନ ବଜାର ଖୋଲିବା ସହ ବାହାରେ ବୁଲୁଥିବା ଅଞ୍ଚଳରେ ନଜିର ରହିଛି। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ପ୍ରଥମେ ଗତକାଲି ୨୩ତାରିଖ ରାତି ୯ଟା ରୁ ୨୮ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସଟ ଡାଉନ ଘୋଷଣା କରିଛନ୍ତି। ହେଲେ ଅତାବିରା ବ୍ଲକ ଗୋଡ଼ଭଗା,ଲରମ୍ଭା ଭଳି ଅନେକ ସ୍ଥାନରେ ପ୍ରଶାସନିକ ଅବହେଳା ଯୋଗୁଁ ଦୋକାନ ବଜାର ଖୋଲା ରହିଥିବା ବେଳେ ଅତାବିରା ଏନଏସି ଅଞ୍ଚଳରେ ସରକାରୀ ନିୟମକୁ ଉଲଂଘନ କରି ଚାଉଳ ଓ ଗହମ ବଣ୍ଟନ କରାଯାଉଛି। ଯାହା ସାମାଜିକ ଦୂରତା ସହ ଅନେକ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ଦେଖାଯାଇ ନଥିଲା।କେବଳ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ଲମ୍ବା ଭାଷଣରେ ବୋଧେ କରୋନାକୁ ପ୍ରତିହତ କରିହବ କି ବୋଲି ଅଞ୍ଚଳରେ ବୁଦ୍ଧିଜୀବୀ ମାନେ କହିଛନ୍ତି ।ସଟଡାଉନ ବେଳେ ଚାଉଳ ଓ ଗହମ ବଣ୍ଟନ ସମୟରେ ୧୧-୪୦ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ସେଠାରେ ନ ଥିବାରୁ ଲୋକମାନେ କିଛି ମାନି ନ ଥିଲେ । ତେବେ ଦେଖାଯାଉ କରୋନା ପ୍ରତିହତ ପାଇଁ ଆଉ କୋଉ ଭଳିଆ ପଦକ୍ଷେପ ମାନ ଗ୍ରହଣ କରାଯାଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ....