Breaking News

ଗ୍ରାମ୍ୟରାସ୍ତା ପାଣି ପଙ୍କରେ ପରିପୂର୍ଣ୍ଣ ; ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ହେଉଛି

ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ ଅଧିନସ୍ଥ  ଡେଲାଙ୍ଗ କୋଠବାଡ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମ୍ୟ ରାସ୍ତା ଠାରୁ ଗୁଆଚୈାକା ରାସ୍ତା ଦିର୍ଘଦିନ ହେବ କ୍ରକିଂଟ ରାସ୍ତା  ଖାଲଖମା ହୋଇପଡିଛି । ସାମାନ୍ୟ  ବର୍ଷାହେଲେ ରାସ୍ତାରେ ଥିବା ଖାଲଖମାରେ ପାଣି ଜମି ରହୁଛି । ଲୋକମାନଙ୍କ ଯାତାୟତରେ ବହୁତ ଅସୁବିଧା ହେଉଛନ୍ତିି । ଗ୍ରାମବାସୀଙ୍କ ପକ୍ଷରୁ ସ୍ୱଦେଶ ରଞ୍ଜନ ସିଂହ ଓ ଶଶିଭୁଷଣ ବ୍ରହ୍ମା ବ୍ଲକ ପ୍ରଶାସନକୁ ରାସ୍ତା ମରାମତି କରିବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ବି କୈାଣସି ସୁଫଳ ମିଳୁନାହିଁ । ରାସ୍ତା ମରାମତି ଜରୁରୀ କାଳୀନ ଭିତିରେ କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଉଚ୍ଚକର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ କୁହନ୍ତି ଏହି ରାସ୍ତା ଦିର୍ଘଦିନ ହେବ କ୍ରକିଂଟ ହୋଇଥିଲା । ରାସ୍ତାରେ ଛୋଟବଡ ଖାଲ ହୋଇଛି ରାସ୍ତା ମରାମତି ହୋଇଥିବା ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ସମ୍ପର୍କରେ ମ୍ୟୁ ଅବଗତ ରହିଛି । ଉକ୍ତ ରାସ୍ତା ପାଇଁ ୍ରର୍ଥ ମଞ୍ଜୁର ହେଲେ ବହୁଶିଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts