Breaking News

ସାନିଟାଇଜର ହେଲା ରେମଣ୍ଡା ଗ୍ରାମ



 ବରଗଡ଼----- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମର ଜଣେ ଭୁବନେଶ୍ୱରକୁ  ଚିକିତ୍ସା ପାଇଁ ଯାଇଥିଲେ। ସେ ଫେରିବା ପରେ ତାଙ୍କର ସ୍ୱାବ ଟେଷ୍ଟ ପାଇଁ କୋଭିଡ କେୟାରକୁ ପଠାା ଯାଇଥିଲା । ଏନେଇ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ରେମଣ୍ଡା ଗ୍ରାମର ସଂକ୍ରମିତ ରହୁଥିବା ଗଳି କନ୍ଦି ସହ କଣ୍ଟେନମେଣ୍ଟ ଜୋନ୍ ର ମୁଖ୍ୟ ରାସ୍ତାକୁ ଭେଡେନ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜର କରାଯାଇଛି ।   ପରବର୍ତ୍ତୀ ସମୟରେ ଗ୍ରାମର ଅନ୍ୟାନ୍ୟ ଅଞ୍ଚଳ ସାନିଟାଇଜ କରାଯିବା ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି । କରୋନାଯୋଦ୍ଧା ଭାବେ ରେମଣ୍ଡା ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ନନ୍ଦ,ତରାଚାନ୍ଦ ସାଥୁଆ,ହରମୋହନ ସେଠ,ଅଙ୍ଗନବାଡି କର୍ମୀ,ଆଶା କର୍ମୀଙ୍କ ସହ ଅନ୍ୟାନ୍ୟ  ସ୍ବେଚ୍ଛାସେବୀ  ଅନୁଷ୍ଠାନର ସଦସ୍ୟ ମାନେ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ..

Blog Archive

Popular Posts