Breaking News

ପିପିଲି ଅଞ୍ଚଳରେ ପୁଣି ୧୦ଜଣ କରୋନା ସଂକ୍ରମିତ

ପିପିଲି-----  ରାଜ୍ୟ ରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ପିପିଲିରେ ଦିନକୁ ଦିନ କରୋନା ପଜେଟିଭ୍ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଆଗରୁ ସଂକ୍ରମିତ ସଂଖ୍ୟା ୨୭ଜଣ ଚିହ୍ନଟ ହୋଇଥିବା ବେଳେ ଗତକାଲି ୪ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଗୋଟିଏ ଦିନରେ ୬ଜଣ ପଜେଟିଭ୍ ସଂକ୍ରମଣ ହୋଇ ଥିବା ଜଣାପଡିଛି ।  ପିପିଲି ତହସିଲର ଜଣେ ପୁରୁଷ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।  ଆଜି  ପିପିଲିବ୍ଲକ ଜଗନ୍ନାଥପୁର ପଞ୍ଚାୟତର  ଲୋହପୁର ଗାଁ ରୁ ଜଣେ ଗର୍ଭବତୀ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଗାଁକୁ ପ୍ରଶାସନ ପକ୍ଷରୁ  ସଟଡାଉନ କରଯାଇଛି । ଗ୍ରାମର ପ୍ରବେଶ ପଥ  ସିଲ କରାଯାଇଛି । ଆକ୍ରାନ୍ତ ଚିହ୍ନଟ ହେବା ପରେ ପିପିଲି ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ  ଏକ ଟିମ ଲୋହପୁର ଗାଁରେ ପହଞ୍ଚି ସଂକ୍ରମିତଙ୍କ ଘର ଓ  ପିପିଲି ତହସିଲ କାର୍ଯ୍ୟାଳୟ , ବ୍ଲକ କାର୍ଯ୍ୟାଳୟ ଏବଂ ସିଡିପିଓ କାର୍ଯ୍ୟାଳୟ ଚର୍ତୁପାଶ୍ୱର୍କୁ ବିଷୋଧନ କରାଯାଇଛି।  ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪ଜଣଙ୍କୁ କୋଭିଡ୍ ହସପିଟାଲକୁ ଗତକାଲି ପଠାଯାଇଛି ବୋଲି ମଙ୍ଗଳପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଳକ ପ୍ରକଳ୍ପ ପରିଚାଳିକା ବିଜୟଲକ୍ଷ୍ମୀ ସାହୁ ସୁଚନା ଦେଇଛନ୍ତି । 
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts