ଜଟଣୀ ଏନଏସି ଅଞ୍ଚଳରେ ଗୋଟିଏ ଦିନରେ ଆଠ କରୋନା ସଂକ୍ରମିତ
ଜଟଣୀ - ଜଟଣୀ ଏନଏସି ଅଞ୍ଚଳର ପନ୍ଦର ନଂ ୱାର୍ଡର ହାଟବଜ଼ାର ଅଞ୍ଚଳର ଗୋଟିଏ ପରିବାରର ସାତ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥବା ବେଳେ ରେଲୱେ କଲୋନୀର ୱାର୍ଡ ନଂ ଦୁଇର ଜଣେ ରେଳବାଇ କର୍ମଚାରୀ ପଜେଟିଭି ଆକ୍ରାନ୍ତ ବୋଲି ସୂଚନା ମିଳିଛି । ହାଟବଜ଼ାର ଅଞ୍ଚଳରେ ଗୋଟିଏ ଦିନରେ ସାତ ଜଣ ଆକ୍ରାନ୍ତଙ୍କୁ ଆଖି ଆଗରେ ରଖି ଜିଲ୍ଲା ପାଳଙ୍କ ନିର୍ଦ୍ଧେଶ କ୍ରମେ ଜଟଣୀ ପୌରଅଧିକାରୀ ତପନ କୁମାର ମହାପାତ୍ର, ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ବିଚିତ୍ରା ନନ୍ଦ ତ୍ରିପାଠୀ, ଆଶାକର୍ମୀ, ପୂର୍ବତନ କାଉନସିଲର ଜଟାଧାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପୌରକର୍ମଚାରୀଙ୍କ ସହାୟତାରେ ସାନିଟାଇଜର କରିଥିଲେ । ପ୍ରମୁଖ ଅଞ୍ଚଳକୁ ଶୁକ୍ରବାର ସନ୍ଧ୍ୟା ସାତଟା ଠାରୁ ସୋମବାର ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ କଣ୍ଟେନ୍ଟମେଣ୍ଟ ଘୋଷଣା କରାଯାଇଛି
ଜଟଣୀରୁ -ରଙ୍ଗନାଥ ବେହେରା