Breaking News

କୃଷ୍ଣପ୍ରସାଦ ବ୍ଳକରେ ବର୍ଷା ଅଭାବରୁ ମରୁଡି; ଧାନତଳି ଜଳି ଗଲାଣି

ପୁରୀ ---- ଭୁବେନେଶ୍ୱର  ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ବ୍ଳକରେ ବର୍ଷା ଅଭାବରୁ ମରୁଡିର  ଦେଖାଦେଇଛି । ଯେଉଁ ସମୟରେ ବିଲବାଡି ବର୍ଷା ଜଳରେ ଭାସିବା କଥା,ସେ ସମୟରେ ବର୍ଷାର ଦେଖାନାହିଁ । ପୋଖରୀ ଶୁଖିଲା ପଡିଛି । ବିଲରେ ପାଣି ନଥିବାରୁ ବୁଣା ହୋଇଥିବା ଧାନ ଓ ଧାନତଳି ସମ୍ପୂର୍ଣ ଭାବେ ନଷ୍ଟ ହେବାକୁ ବସିଲାଣି । ଦିନେ ଦୁଇଦିନ ଭିତରେ ବର୍ଷା ନହେଲେ ସମଗ୍ର ବ୍ଳକରେ ଧାନତଳି ସମ୍ପୂର୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ ମାନେ କହନ୍ତି । ଶ୍ରାବଣରେ ବର୍ଷା ଉଭାନ ହୋଇଯାଇଛି । ଧରା ଶ୍ରାବଣରେ ପ୍ରବଳ ଗୁଳିଗୁଳି ଓ ଖରା ଯୋଗୁଁ ଗଜୁରୁଥିବା ତଳି ଗୁଡିକ ନଷ୍ଟ ହେବାରେ ଲାଗିଛି । କିଛି ତଳି ପାଣି ଅଭାବରୁ ପୋଡିଗଲାଣି । କୃଷ୍ଣପ୍ରସାଦ ବ୍ଳକର ଏକମାତ୍ର ‘ସଲ ହେଉଛି ଧାନଚାଷ । ଶତ ପ୍ରତିଶତ ଜମିରେ କେବଳ ଖରି‘ଧାନ ‘ସଲ ହିଁ ହୋଇଥାଏ । ଚାଷୀ ସବୁବେଳେ ଏଠି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୁଅନ୍ତି । କୃଷ୍ଣପ୍ରସାଦ ବ୍ଳକ ଏକ ଅଣଜଳସେଚିତ ଅଞ୍ଚଳ ଭାବେ ପୁରୀ ଜିଲ୍ଲାରେ ପରିଚିତ । ବର୍ଷା ଜଳ ଚାଷଜମିରୁ  ଚିଲିକାକୁ ନିଷ୍କାସନ ହୋଇ ପାରୁନଥିବାରୁ ସେଥି ପାଇଁ ପ୍ରତି ବର୍ଷ ଚାଷୀଙ୍କର ‘ସଲ ନଷ୍ଟ ହୁଏ ।  ‘ସଲ ବୀମା କମ୍ପାନୀ ଚଞ୍ଚକତା କରି ଚାଷୀଙ୍କ କ୍ଷତିପୁରଣ ଦେବାରେ ଦୋମୁହାଁ ନିତି ଧରିଛନ୍ତି । କରୋନା ମହାମାରୀ ଠାରୁ ଏଠି ଚାଷୀଙ୍କ ଦୁଃଖ ବଳିଯାଇଛିା      କୃଷ୍ଣପ୍ରସାଦ,ବଡଅଁଳ,ସିଆଳ,ଅଲଣ୍ଡା,ତିତିପ,ଗୋମୁଣ୍ଡିଆ,ବଡଝାଡ,ସିଆଣ୍ଡି,ମାଲୁଦ ଆଦି ପଞ୍ଚାୟତ ଅଧିନସ୍ଥ ଧାନଜମିଗୁଡିକ ସମ୍ପୁର୍ଣ ଭାବେ ନଷ୍ଟ ହେବାରେ ଲାଗିଛି ।ବିଶେଷ କରି   କୃଷ୍ଣପ୍ରସାଦ ସେବା ସମବାୟ ଅଧିନସ୍ଥ ଚାଷୀମାନଙ୍କର ଥିବା  ଅଳେଇଛିଅ,ପାଣ୍ଡା,ବନମାଳ,ଗହିରବିରିତି,ଉପରବିରିତି,ଗୋବରୀ,ନାଉବାଡ,ଖଟିଆକୁଦି,ବଡଅଁଳ,ସିଆଳ ଆଦି ମୌଜାରେ ଥିବା ହଜାର ହଜାର ଏକର ଚାଷଜମି ସମ୍ପୁର୍ଣ ଭାବରେ ନଷ୍ଟ ହେବାକୁ ବସିଲାଣି । ଏଦିଗରେ ସରକାର ଦୃଷ୍ଟି ଦେବାସହ କ୍ଷତି ପୁରଣ ସହିତ  ମାଗଣା ବିହନ ଓ ସାର ଯୋଗାଇଦେବାକୁ କୃଷ୍ଣପ୍ରସାଦ ପଞ୍ଚୟତ ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ,ସମିତିସଭ୍ୟ ଜିତେନ୍ଦ୍ର କୁମାର ବିଶ୍ୱାଳ,ପୃର୍ବତନ ସରପଞ୍ଚ କୁମାର ସିଂହ, ରମେଶ ଚନ୍ଦ୍ର ବାହୁବଳେନ୍ଦ୍ର,କୃଷ୍ଣପ୍ରସାଦ ସେବା ସମବାୟ ସମିତି ପୃର୍ବତନ ସଭାପତି ରାମଚନ୍ଦ୍ର ସେଠୀ,ହରମୋହନ ମାନସିଂହ,ରାଜକିଶୋର ପ୍ରଧାନ,ଦେବାଶିଷ ଜଗଦ୍ଦେବ ନାୟକ,ପ୍ରମୋଦ କୁମାର ବିଶ୍ୱାଳ,ଭ୍ରମରବର ବିଶ୍ୱାଳ,ରାଜକିଶୋର ଦଣ୍ଡସେଣା,କବିରାଜ ସିଂହ,ଦଷ୍ମନ୍ତ ସିଂହ ପ୍ରମୁଖ ଦାବି କରିଛନ୍ତି ।  
ପୁରୀରୁ ଜୟନ୍ତ କୁମାର ସେଠୀ 

Blog Archive

Popular Posts