ଲକ୍ଷାଧିକ ଟଙ୍କାର ଶୌଚାଳୟ କାହା ସ୍ୱାର୍ଥରେ
ବରଗଡ଼---- ଲକ୍ଷାଧିକ ଟଙ୍କାର ଶୌଚାଳୟ କାହା ସ୍ୱାର୍ଥରେ ଏବେ ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅଞ୍ଚଳ ରେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି ।
ବାଃ ବାଃ ରେ ଏନଏସି ଶାସନ। ଶୌଚାଳୟ ଗୁଡିକ ଦିନଟିଏ ବ୍ୟବହାର ନହୋଇ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। କେଉଁଠି ପାଣି ତ ଆଉ କେଉଁଠି ବିଦ୍ୟୁତ ଜନିତ ସମସ୍ୟା ରହିଛି । ଶୌଚାଳୟ ମାନ ଖାଲୁଆ ସ୍ଥାନରେ ତିଆରି ହେଇଥିବା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମିରହି ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଆଉ କେତେକ ତିଆରି ହେବା ଦିନଠାରୁ କାନ୍ଥରେ ଫାଟ ସୃଷ୍ଟି ହୋଇ ଆଁ କରିଛି। ଗୋଟିଏ ଶୌଚାଳୟ ପିଛାରେ ପାଖାପାଖି ୪ଲକ୍ଷ ୫୦ହଜାର ଟଙ୍କା ଅନୁଦାନ ମିଳିଛି । ସତ ହେଲେ ତାହା ଅତି ନିମ୍ନ ମାନର ହେବା ଯୋଗୁଁ ବ୍ୟବହାର ଯୋଗ୍ୟ ହୋଇ ନପାରି ଏବେବି ଲୋକେ ବାଧ୍ୟ ହୋଇ ରାସ୍ତାରେ ଝାଡା ଫେରିବା ସହ ଯିବା ଆସିବା ସମୟରେ କାନ୍ଥ ବାଡ଼ରେ ପରିସ୍ରା କରୁଛନ୍ତି। ବରଗଡ଼ ଜିଲ୍ଲାରେ ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ଏନଏସି । ଏନଏସି ପକ୍ଷରୁ ଖାମଖିଆଳି ଭାବେ ତିଆରି ହୋଇଥିବା ଶୌଚାଳୟ ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ପାଖାପାଖି ୨ବର୍ଷ ହେବ ଏନଏସି ଅଞ୍ଚଳରେ ସରକାରୀ ବ୍ୟୟ ବରାଦ ରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଶୌଚାଳୟ ମାନ ତିଆରି ହୋଇଛି । ହେଲେ ତାହା ବ୍ୟବହାର ଅନୁପଯୋଗୀ ହୋଇ ରାସ୍ତା ଉପରେ ଠିଆ ହୋଇଛି । ତିଆରି ହୋଇ ଶୌଚାଳୟ ବ୍ୟବହାର ହୋଇପାରୁ ନଥିବା ପଛରେ କାହାର ସ୍ୱାର୍ଥ ରହିଛି ?ଏତେ ଏତେ ଟଙ୍କା କୁଆଡେ ଗଲା ଆଦି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସ୍ଥାନୀୟ ଲୋକଙ୍କ ମନରେ।ଏନେଇ ଏନଏସି ପ୍ରଶାସନକୁ ଅନେକ ଥର ପ୍ରଶ୍ନ କରାଯିବା ସହ ଖବର ମାଧ୍ୟମରେ ଅନେକ ଥର ଦୃଷ୍ଟି ଗୋଚର କରିଛୁ ହେଲେ ଫଳ ଶୂନ।ଯାହା ଏନଏସି ପ୍ରଶାସନ ତଥା ଠିକାଦାର ମାନଙ୍କ ସଲସୁତୁରାରେ ଅତି ନିମ୍ନ ମାନର କାମ ହୋଇଥିବା ଲୋକମାନେ କହନ୍ତି ।ଏହାରି ଭିତରେ କାହାର ହାତ ରହିଛି ତାହା ଉନ୍ମୋଚନ କରାଯାଉ ବୋଲି ଏନଏସି ର ଜନସାଧାରଣ ଦାବୀ କରିଛନ୍ତି । ସରକାର ପକ୍ଷରୁ ଆସୁଥିବା ଟଙ୍କା କିପରି ଆତ୍ମସାତ ହେଉଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଲୋକେ କହନ୍ତି।ଏଥିପ୍ରତି ତୁରନ୍ତ ଜିଲାପାଳ ଦୃଷ୍ଟି ଦେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.