କଳା ଯାଦୁ କରି ଗୁଣିଆ ଗଲେ ଜେଲ
କୁଜଙ୍ଗ ----- ଦୀର୍ଘ ଦିନ ଧରି ଗୁଣି ଗାରେଡି କରି ଆସୁଥିବା ଜୟନ୍ତ ପଣ୍ଡାଙ୍କୁ ଶେଷରେ ଜେଲ ଯିବାକୁ ପଡିଛି । ଗତ ଶନିବାର ଦିନ ଗୁଣିଆ ଜୟନ୍ତ ଏକ ଶିଶୁକୁ ଏକାନ୍ତ ସ୍ଥାନକୁ ନେଇ କଳା ଯାଦୁ କରି ଥିବାର ସୂଚନା ମିଳିଥିଲା । ଏହି କଳା ଯାଦୁରେ ବ୍ୟବହାର କରିଥିବା ଶିଶୁ ର ବାପା ସତ୍ୟରଞ୍ଜନ ମଣ୍ଡଳ ମେରାଇନ ଥାନାରେ ଏତଲା ଦେଇଥିଲେ । ଖବର ପାଇ ତୁରନ୍ତ ମେରାଇନ ଥାନା ଆଇଆଇସି ଭରତ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଗୁଣିଆକୁ ଆଣି ଥାନାରେ ଅଟକ ରଖିଥିଲେ। ତାଙ୍କ ନାମରେ ଏକ କେସ ରେ ମାମଲା ରୁଜୁକରି ତଦନ୍ତ କରିଥିଲେ । ଗତକାଲି ଗୁଣିଆ ଜୟନ୍ତ ପଣ୍ଡା ଓ ତାଙ୍କ ସହଯୋଗୀ ଜିତେନ୍ ଗାଏନ୍, ଜୁଲି ଗାଏନ୍, ଶିବ ମାଟିଆ, ମିନତୀ ମାଟିଆ ଙ୍କୁ ଦଫା ୩୬୩/୩୦୭,/୨୯୪/୫୦୬/୩୪ ଓ କଳା ଯାଦୁ କରୁଥିବାରୁ ଓରିଶା ପ୍ରିଭେନ୍ସନ ଅଫ ଉଇଚ ହଁଟିଙ୍ଗ ଆକ୍ଟ ସେକ୍ସନ - ୫ରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି |
ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର