Breaking News

ହୋମିଓପ୍ୟାଥିକ କ୍ଲିନିକରେ ଅଗ୍ନିକାଣ୍ଡ ଲକ୍ଷାଧିକ ସମ୍ପତି ନଷ୍ଟ.

ଊ... ଜଟଣୀ --ଜଟଣୀ ଥାନା ଅନ୍ତର୍ଗତ ନୀଳଚକ୍ର ମାର୍କେଟରେ ଏକ ହୋମିଓପ୍ୟାଥିକ କ୍ଲିନିକରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି l ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଟଣୀ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ସୂଚନା l ସୂଚନା ଅନୁସାରେ ଜଟଣୀ ନୀଳଚକ୍ର ମାର୍କେଟରେ ଥିବା ମନୋଜ କୁମାର ଶର୍ମାଙ୍କ ଶ୍ରୀ ହୋମିଓ ହଲ ବନ୍ଦ ରହିଥିଲା l ମାତ୍ର ଗୁରୁବାର ଅପରାହ୍ନ 3.30pm ରେ ହଟାତ ଉକ୍ତ ହୋମିଓ ହଲରୁ ନିଆଁ ବାହାରିଥିଲା l ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଦେଖି ଜଟଣୀ ଅଗ୍ନିଶ୍ରମ ବିଭାଗକୁ ଅବଗତ କରିଥଲେ l ଖବର ପାଇ ଜଟଣୀ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲା l କ୍ଲିନିକରେ ଥିବା ସମସ୍ତ ହୋମିଓ ଔଷଧ, ଅସାବପତ୍ର, ଶୀତତାପ ଯନ୍ତ୍ର, ଫ୍ରିଜ, ଇନଭତର ଓ ଅନ୍ୟାନ୍ୟ କାଗଜପତ୍ର ଇତ୍ୟାଦି ପୋଡି ପାଉଁଶ ହୋଇଯାଇଛି l ରସାଇନୀକ ତରଳ ଔଷଧ ଯୋଗୁ ଅଗ୍ନିକାଣ୍ଡ ଭୟାବହ ହୋଇଥିଲା l ଅଗ୍ନିଶ୍ରମ ବିଭାଗର ଦୀର୍ଘ ସମୟର ଆକ୍ରାନ୍ତ ପରିଶ୍ରମରେ ନିଆଁକୁ ଆୟତ୍ତ କରାଯାଇଥିଲା l ନିଆଁକୁ ଆୟତ୍ତ କରିଲାବେଳକୁ ହଲରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା l ଯାହାର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କା ହେବ ବୋଲି ହୋମିଓ ହଲର ମାଲିକ ମନୋଜ ଶର୍ମା ଲିଖିତ ଭାବେ ଜଣାଇଥିଲେ l ବିଦ୍ୟୁତ ସଟସରକିଟରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶ୍ରମ ବିଭାଗ ପକ୍ଷରୁ କୁହା ଯାଇଛି l ଜଟଣୀରୁ --ରଙ୍ଗନାଥ ବେହେରା l

.

Blog Archive

Popular Posts