Breaking News

ଝିଅର କରୁଣ ଚିତ୍କାର ବାପା ମତେ ବଞ୍ଚାଇ ଦିଅ; ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କୋଠବାଡ ଗ୍ରାମ ପଞ୍ଚାୟତର  କରଣିବସ୍ତ ଢିହସାହି ଗ୍ରାମର ମୁଳି ବେହେରାଙ୍କ ସାନ ଝିଅ ମିନତୀ ବେହେରା ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି । ପରିବାର କହିଲେ  ୫ପ୍ରାଣି ।  ମୁଳି ଓ ତାଙ୍କ ସ୍ତୀ ,  ଦୁଇ ଝିଅ, ପୁଅ ଜଣେ । ଏହି ପରିବାରକୁ ନା ମିଳିଛି ସରକାରୀ ସହାୟତା ନା ମିଳିଛି ରହିବା ପାଇିଁ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଅବାସ ଯୋଜନା । କେବଳ ମିଳିଛି ଭିନ୍ନକ୍ଷମ ଝିଅକୁ ଭର୍ତ୍ତା । ୧୩ ବର୍ଷ ହେବ ମୁଳିଙ୍କ ସାନ ଝିଅ ଭିନ୍ନକ୍ଷମ । ଯାହା ରୋଜଗାର କରନ୍ତି ତା ପାଇଁ ଖର୍ଚ୍ଚ କରନ୍ତି । ଝିଅ ଭିନ୍ନକ୍ଷମ ସାଙ୍ଗକୁ ଫୁସ୍‌ଫୁସ୍ ରୋଗରେ ପିଡିତ । ଘରେ ରୋଗାଗ୍ରସ୍ତରେ ପଡି ରହିଛି । ପ୍ରତିମାସରେ ୫ହଜାର ଟଙ୍କା ଔଷଧ ଖର୍ଚ୍ଚ  କରିବାକୁ ପଡୁଛି ବାପା ମୁଳିଙ୍କୁ ।   ଅର୍ଥଭାବ ଯୋଗୁ ଝିଅର ସଠିକ ଚିକିତ୍ସା କରି ପାରୁନାହାନ୍ତି ବୋଲି ଲୋତକ ଭରା ଆଖିରେ କହନ୍ତି ।  ଦିନ ମଜୁରୀଆ ଭାବେ ଗାଁରେ କାମ କରେ ପରର ନଡିଆ ତୋଳି ପରିବାର ଭରଣ ପୋଷଣ କରେ ।  କାହାକୁ କହିବି ଶୁଣିବ କିଏ । ଏତେ ଟଙ୍କା କିଏ ଦବ ଯେ ମୋ ଝିଅ ଏ ରୋଗରୁ ମୁକ୍ତ ହେବ । ଯଦି ଜମି ଖଣ୍ଡେ ଥାନ୍ତା ତାକୁ ବିକ୍ରି କରି ଝିଅର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । ଗୋଟେ ପଟେ ବିଶ୍ୱ ମହାମାରୀ କରୋନା ଦୁଃଖ ସମସ୍ତ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । କିନ୍ତୁ ମୋ ଝିଅର ଆକୁଳ ନିବେଦନ ବାପା ତୁମେ ମୋତେ ବଞ୍ଚାଅ । ହେଲେ ମୁଁ ନିରୁପାୟ ହୋଇ ସେହି ଜଗତର ନାଥ ଜଗନ୍ନାଥଙ୍କୁ ହାତ ଟେକି ଦେଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ଓ ଜିଲ୍ଲା ପ୍ରଶାସନ ସହିତ କୌଣସି ଅନୁଷ୍ଠାନ ବା ବ୍ୟକ୍ତି ବିଶେଷ  ମୋ ଝିଅର ଚିକିତ୍ସା ପାଇଁ ଅର୍ଥ ଯୋଗାଇ   ଦେବା ପାଇଁ  ନିବେଦନ  କରିଛନ୍ତି । ଏହା ସହିତ ସ୍ଥାନୀୟ ବିଧାୟକ ଏକ ପକ୍କା ଘର ଯୋଗାଇ ଦେବାକୁ ନେହୁରା ହୋଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts