ନିଶା ପାଇଁ ଟଙ୍କା ନ ଦେବାରୁ ଆତ୍ମହତ୍ୟା କରିବା ପାଇଁ ଉଦ୍ଦ୍ୟମ
ସାକ୍ଷୀଗୋପାଳ -----ନିଶାଗସ୍ତ ଯୁବକ କରୋନା ସମୟରେ ଅର୍ଥ ଅଭାବ ହେବାରୁ ନିଜ ଘରେ ପଶି ଆତ୍ମହତ୍ୟା କରିବା ପାଇଁ ଉଦ୍ଦ୍ୟମ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ରେ ବଳଙ୍ଗା ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଶ୍ୟାମ ସୁନ୍ଦର ଭୂୟାଁ (୪୦) ଜଣେ ନିଶାଗସ୍ତ ଯୁବକ ବୋଲି ପରିବାର ପକ୍ଷରୁ ଜଣାପଡିଛି । ଘରେ ଟଙ୍କା ମାଗିଥିଲା । କେହି ଟଙ୍କା ନ ଦେବାରୁ ରାଗରେ ଘରେ କବାଟ ବନ୍ଦ କରି ଦେଇଥିଲେ ।ସେହି ଘରେ ଗ୍ୟାସ ସିଲିଣ୍ଡର ଖୋଲି ଆତ୍ମହତ୍ୟା କରିବ ବୋଲି କହିଥିଲା । ପରିବାର ପକ୍ଷରୁ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ଆଗ୍ନିକ ମନୋଜ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଯୁବକଙ୍କୁ ଉଦ୍ଦାର କରିଥିଲେ । ଅନ୍ୟ ପକ୍ଷେ ପରିବାର ପକ୍ଷରୁ ନିଶା ନିବାରଣ କେନ୍ଦ୍ର ପୁରୀଙ୍କୁ ଫୋନ ଯୋଗେ ଡକାଯାଇଥିଲା । ସୋମାନେ ଘଟଣା ସ୍ଥଳରେ ପହଞ୍ଚି ଶ୍ୟାମକୁ କେନ୍ଦ୍ରକୁ ନିଆଯାଇଥିବା ଆଗ୍ନିକ ଶ୍ରୀ ନାୟକଙ୍କ ଠାରୁ ପ୍ରକାଶ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି