Breaking News

ବାଣ୍ଠପୁରରେ ମାତିଲେ ହାତୀ :ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ଓଡ଼ଗାଁ/କୁରାଳ-ବଢୁଛି ମାନବ ସଭ୍ୟତା ଏବଂ ସମାଜ। ଆଧୁନିକତାର ରଙ୍ଗୀନ ଚାଦର ଛାପରେ  ଧୀରେ ଧୀରେ ମାନବ ସମାଜବୃଦ୍ଧି ହେବାଦ୍ୱାରା  ଜଙ୍ଗଲ ନଷ୍ଟ ହେବାରେ ଲାଗୁଛି । ଯାହାଫଳରେ ଗାଁ  ମୁଁହା ହେଉଛନ୍ତି  ଜଙ୍ଗଲି ପଶୁପକ୍ଷୀ ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁରଗ୍ରାମରେ । ବୁଧବାର ଅପରାହ୍ନରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହାତୀ ଗାଁ ପାରି ହେଉଥିବା ଲୋକମାନେ ଦେଖିବାକୁ ପାଇଥିଲେ ।ଯାହା ଫଳରେ ଲୋକଙ୍କ ମନରେ ଏକ ପ୍ରକାର ଭୟର ଶଙ୍କା ଦେଖାଦେଇଛି ।  ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀମାନେ ଭୟରେ କାଳାତିପାତ କରୁଛନ୍ତି ।
ବାଣ୍ଠପୁର ସରପଞ୍ଚ ଜଗଦୀଶ ପ୍ରଧାନଙ୍କ କହିବା ଅନୁସାରେ ଲୋକମାନଙ୍କ ଦ୍ୱାରା ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଜୀବଜନ୍ତୁ ଗାଁ ମୁଁହା ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ହାତୀପଲ ଦ୍ୱାରା କାହାର କିଛି କ୍ଷତି ହୋଇନାହିଁ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts