କେନାଲ ଘେରରେ ଜହ୍ନାପଡା ଗାଁ
ବରଗଡ଼----କେନାଲ ଘେରରେ ଜହ୍ନାପଡା ଗାଁ । ଆମେ କହୁଛୁ ସେଇ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର କଥା। ଏହି ଜିଲ୍ଲାଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ ଭାବେ ପରିଚିତ । ଏହି ଅଞ୍ଚଳର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭରଶୀଳ। ଜିଲ୍ଲା ଟି ୧୨ଟି ବ୍ଲକକୁ ନେଇ ଗଠିତ ଥିବାବେଳେ ସେଥିମଧ୍ୟରୁ ଅନ୍ୟତମ ଅତାବିରା।୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନଏସି କୁ ନେଇ ଗଠିତ ଏହି ଅତାବିରାବ୍ଲକ।ଏହି ଅତାବିରା ବ୍ଲକର ୨୪ଟି ପଞ୍ଚାୟତରେ ଏବେ କିଛିନା କିଛି ସମସ୍ୟା ରହିଛି । ସେହିପରି ଆମ ସାମ୍ନାକୁ ଆସିଛି କେନାଲ ବିଭାଗର ଅବହେଳାରୁ ଛନ୍ଦି ହେଇଥିବା ଏକ ଗାଁ ଜହ୍ନାପଡା। ଯେଉଁ ଗାଁର ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ହେଲେ କେନାଲ ବିଭାଗ ଓ ପଞ୍ଚାୟତ ବିଭାଗର ଅବହେଳା ଯୋଗୁଁ ପାନୀୟଜଳ ସମସ୍ୟା ଠାରୁ ଆରମ୍ଭ କରି ମୁଖ୍ୟ ସମସ୍ୟା ଏବେ ଗାଁ କୁ ଯିବା ୩ କିଲୋମିଟର ରାସ୍ତା। ଯାହା ୨କିଲୋମିଟର କେନାଲ ବିଭାଗ ଓ ଗୋଟେ କିଲୋମିଟର ପଞ୍ଚାୟତ ବିଭାଗ ଅଧୀନରେ ରହିଛି । ଏବେବି ସ୍ଵାଧିନତାର ଚଉସ୍ତରି ବର୍ଷ ବିତିଯାଇ ଥିଲେ ମଧ୍ୟ ଗାଁ ରାସ୍ତାର ଅବସ୍ଥା ନଦେଖିଲେ ବିଶ୍ୱାସ କରିହେବ ନାହିଁ। କେବଳ କେନାଲ ବିଭାଗ ଦେଢ଼ କିଲୋମିଟର ରାସ୍ତା କରିଦେଇ ବାକି ତକ ରାସ୍ତା ଆଣ୍ଠୁଏ କାଦୁଅ ହେଇ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାଃ ବାଃ ନେଉଥିବାବେଳେ ଏଠି କିନ୍ତୁ ଏହି ଗାଁର ବାସ୍ତବ ରୂପ ଅଲଗା। ଗାଁ ଟି କେନାଲ ବିଭାଗର ଅବହେଳାରୁ ଗାଁ ରାସ୍ତା ଏବେ କେନାଲ ପାଲଟି ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସେହିପରି ଚାଷ ଓ ଚାଷୀମାନଙ୍କ ପାଇଁ ମଧ୍ୟ ସରକାର ଅନେକ ଯୋଜନା ମାନ କରି ଚାଷୀ କେମିତି ଉପଯୁକ୍ତ ଚାଷ ପ୍ରଣାଳୀ ସହ ପାଣି ସଂରକ୍ଷଣ ତଥା ଚାଷୀ ଯେମିତି ପାଣି ପାଇ ଚାଷ ଠିକ ଭାବରେ କରିପାରିବ ସେସବୁ କୁ ଦୃଷ୍ଟିରେ ରଖି କେନାଲ ର ରକ୍ଷଣାବେକ୍ଷଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁୁଛନ୍ତି । ହେଲେ କେତେକ ଅସାଧୁ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ କେନାଲ କୁଳଖାଇ କେଉଁଠି ରାସ୍ତାରେ କେନାଲ ପାଣି ବୋହି ପାଣି ନଷ୍ଟ ହୋଉଛି ତ ଚାଷ ପାଇଁ ତଳମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା ଚାଷୀ ଅଭିଯୋଗ କରନ୍ତି।ଏନେଇ ବାରମ୍ବାର କେନାଲ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ଚାଷୀ ମାନେ କହନ୍ତି। ଯାହା ସରକାରୀ ଯୋଜନା ଗୁଡିକ ନାଲି ଫିତା ତଳେ ଚାପି ହୋଇ ରହିଯାଉଛି । ମତେ ଯେତେ ମାଠିବୁ ମାଠ,ମୁଁ ସେଇ ଦରପୋଢା କାଠ ଭଳି ଆମ କଥା କେହି ଶୁଣୁ ନାହାନ୍ତି ବୋଲି ଲୋକମାନେ କହନ୍ତି । ଅଧିକାଂଶ ସମୟରେ ଗାଁ ସାରା ପାଣି ମାଡିଯାଉଛି।ବେଳେ ବେଳେ ଲାଗେ ସତେ ଯେମିତି ବନ୍ୟା ଘେରରେ ଆମେ ରହିଛୁ ବୋଲି ଗ୍ରାମବାସୀ ମାନେ କହନ୍ତି । ଶୁଣିବା କଥା ଦୁରରେ ଥାଉ କେନାଲ ପାଣି କେଉଁଠିକି ଯାଉଛି ତାହା ଆଜି ପର୍ଯ୍ୟନ୍ତ କେନାଲ ବିଭାଗର ବାବୁ ମାନଙ୍କୁ ମଧ୍ୟ ଜଣାନାହିଁ। ତେବେ ଏଥିପ୍ରତି ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଚାଷୀ ତଥା ଗ୍ରାମ ବାସି ମାନଙ୍କ ର ସମସ୍ୟାକୁ ସମାଧାନ କରିବା ପାଇଁ ଦାବି ହେଉଛି।
ବରଗଡ଼ରୁ ବ୍ୟୁରୋ ହେଡ଼ ନବୀନ ଦାଶଙ୍କ ରିପୋର୍ଟ....