ଗୋଶାଳା ପଡିଆରେ ଥିବା ଏକ ପରିତ୍ୟକ୍ତ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମର ଶରୀର ଉଦ୍ଧାର
ଜଟଣୀ -- ଖୋର୍ଦ୍ଧା କାଚରା ସାହିର ଜୈନିକ ବ୍ୟକ୍ତି ନିକଟରେ ଥିବା ଗୋଶାଳା ପଡିଆକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ପରିତ୍ୟକ୍ତ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମରଶରୀର ଦେଖି ଖୋର୍ଦ୍ଧା ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇ ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ, ଖୋର୍ଦ୍ଧା ଏସଡିପିଓ, ଏସପି, ଅତିରିକ୍ତ ଏସପି ଙ୍କ ସହିତ ସାଇଣ୍ଟିଫିକ ଟିମ ଆସି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏସପି ଅଜୟ ପ୍ରତାପ ସ୍ୱାଇଁ କହନ୍ତି ଏଠାରେ କେତକ ଦୁର୍ବୁତ୍ତ ଏକ କୋଡିଏ ରୁ ପଚିଶ ବର୍ଷୀୟ ମହିଳାଙ୍କ ଶବକୁ କିରୋସିନି, ପେଟ୍ରୋଲ କିମ୍ବା ଡିଜେଲ ଢାଳି ପୋଡିଥିବା ଅନୁମାନ କରାଯାଉଛି । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ କେଶ ନଂ 48/20 ରେ ଏକ ଅମୁର୍ତ୍ୟୁ ମାମଲା ରୁଜୁ କରାଯାଇଅଛି । ଦଫା ନଂ ୨୬୦/
୩୦୨/୨୦୧ ଲଗାଯାଇ ଏହାର ତଦନ୍ତ ଭାର ଖୋର୍ଦ୍ଧା ଫାଣ୍ଡି ଇନଚାର୍ଜ ଦିଗବିଜୟ ସ୍ୱାଇଁଙ୍କୁ ଦିଆଯାଇଛି । ଖୁବ ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯିବ ବୋଲି ଏସପି ଙ୍କ ସୂଚନା ଦେଇଛନ୍ତି ଜଟଣୀରୁ -ରଙ୍ଗନାଥ ବେହେରା
.