ବେ ଆଇନ ଗୋରୁ ଚାଲଣ ; ଆସାମୀ ଥାନାରେ ଅଟକ , କାର୍ଯ୍ୟନୁଷ୍ଠାନ ପାଇଁ ଦାବି
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅଳଗୁମ ଗ୍ରାମ ପଞ୍ଚାୟତର ଗ୍ରାମରୁ ଏକ ଟାଟା ଏସିରେ ଅଣ୍ଡିରା ଦାମୁଡି ଓ ଗାଇଙ୍କୁ ବେ ଆଇନ ଭାବେ ନେଉଥିବା ଜଣାପଡିଛି । ଗ୍ରାମର ଯୁବକ ରବି ମହାରଣା, ତିରୁପତି ଜେନା, ସନାତନ ଜେନା, ଧୀରେନ୍ଦ୍ର ପ୍ରଧାନ, ଭରତ ସେଠି, ପ୍ରତିଶ ସାହୁ ପମୁଖ ଗୋରୁ ମାନଙ୍କ ରଡି ଶୁଣି ଗାଡି ଅଟକାଇ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଗୋରୁ ବେଝୋଇ ଗାଡି ଓ ବେପାରୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ସତ୍ୟବାଦୀ ଥାନା ପକ୍ଷରୁ ଜବତ ଗୋରୁଙ୍କୁ ପଟ୍ଟନାୟକିଆ ସ୍ଥିତ ଗୋଶାଳାରେ ସତ୍ୟବାଦୀ ପୋଲିସ ୪ଟି ଅଣ୍ଡିରା ଦାମୁଡି ଛାଡିଥିବା ଜଣାପଡିଛି । ଏ ସମ୍ପର୍କରେ ତିରୁପତି ଜେନା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ଅଞ୍ଚଳରେ ଅସାଧୁ ବେପାରୀ ଦଲାଲ ଅବାଧ ଗୋରୁ ଚାଲଣ କରୁଥିବା ଜଣାପଡିଛି । ତୁରନ୍ତ ଏହାକୁ ରୋକିବା ପାଇଁ ସତ୍ୟବାଦୀର ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ପ୍ରଶାସନ ନିକଟରେ ଦାବି କରାଯାଇଛି । ସୁଚନା ଯୋଗ୍ୟ ଯେ ସାକ୍ଷୀଗେ।।ପଳ ମନ୍ଦିର ସମ୍ମୁଖରୁ ଅନେକ ଥର ବୁଲା ଷଣ୍ଢ, ଗାଇ, ବାଛୁରୀ ଚୋରୀ ହୋଇଛି । ଅଳ୍ପ ଦିନ ତଳେ ମନ୍ଦିର ସମ୍ମୁଖରେ କେତେକ ଯୁବକ ଗୋରୁ ଚୋରୀ କରିବା ସମୟରେ ସ୍ଥାନୀୟ ଲୋକ ଉଠି ଯିବାରୁ ଅନ୍ୟ ମାନେ ପଲାଇଥିଲେ । ଜଣେ ଯୁବକ ଧରାପଡିଥିଲେ । ଯୁବକ ଜଣଙ୍କୁ ଥାନାରେ ଦେବା ପରେ ସେ ଜଣେ ମାନସିକ ବିକାର ଗସ୍ତ ବୋଲି ଡାକ୍ତର କାଗଜ ଦେଖାଇ ପରିବାର ଲୋକମାନେ ଥାନାରୁ ମୁକ୍ତି କରାଇଥିଲେ । ଅନ୍ୟ ପକ୍ଷେ ଏହାକୁ ନେଇ ସତ୍ୟବାଦୀ ଗୋ ସୁରକ୍ଷା ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୀ ଏସପିଙ୍କୁ ନିବେଦନ କରାଯାଇଥିବା ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି