Breaking News

କଫ ସିରପ୍‌ ଚାଲାଣ ବେଳେ ୪ ଯୁବକ ଗିରଫ

 
ବରଗଡ଼---- ବରପାଲି ପୋଲିସ ହାତରେ ବଡ ସଫଳତା ଲାଗିଛି , କଫ ସିରପ୍‌, ନିଶା ବଟିକା ଚାଲାଣ ବେଳେ ୪ ଯୁବକ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ସୋହେଲା ଥାନା ବନାବିରା ଗ୍ରାମର ଚୂଡ଼ାମଣି ସେଠ (୪୦ ) ବର୍ଷ ଓ ମେଲଛାମୁଣ୍ଡା ଥାନା ପେଟୁପାଲି ଗ୍ରାମର ମିତ୍ରଭାନୁ ମେହେର ( ୨୫) , ଗାଇସିଲେଟ ଥାନା ଅନ୍ତର୍ଗତ ତାଲପାଲି ଗ୍ରାମର ପ୍ରକାଶ ସାହୁ (୩୦ ) ଏବଂ( କାହ୍ନା ସେଠ ( ୧୯ )ବର୍ଷ । ସେମାନଙ୍କ ନିକଟରୁ ୩୨୯୦ବୋତଲ ସିଲଡ୍‌ କଫ ସିରପ୍‌, ଭାଙ୍ଗିଥିବା ୭୦ ବୋତଲ କଫ ସିରପ୍‌, ୪ଟି ମୋବାଇଲ, ୨ଟି ଚାରିଚକିଆ ଗାଡ଼ି(ନଂ-ଓଡିି ୦୩ ଏନ୍‌ ୦୧୭୦, ଓଡି୦୨ ଜି ୧୪୫୭) ଥିବାବେଳେ ନଗଦ ୨୧୮୦ଟଙ୍କା ଜବତ କରାଯାଇଛି। ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଶନିବାର ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ଶୁକ୍ରବାର ମହଦା ଛକ ପାଖରେ ଅଟକି ବରଗଡ଼, ସୋହେଲା ଏବଂ ଲୁହୁରାଚଟି ଅଞ୍ଚଳକୁ କଫ ସିରପ୍‌, ନିଶା ବଟିକା ଚାଲାଣ ପାଇଁ ଯୋଜନା ଚଳେଇଥିଲେ । ସୂଚନା ପାଇ ବରପାଲି ଥାନାର ଏକ ପୋଲିସ ସ୍କ୍ବାଡ୍‌ ସେଠାରେ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଧରିଥିଲେ। ତେବେ ଗିରଫ ଅଭିଯୁକ୍ତ ଚୂଡ଼ାମଣିଙ୍କ ବିରୋଧରେ ଜିଲାର ବିଭିନ୍ନ ଥାନାରେ ୧୨ଟି ଏବଂ କାହ୍ନାଙ୍କ ବିରୋଧରେ ପୂର୍ବରୁ ଗୋଟିଏ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତୁ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.

Blog Archive

Popular Posts