Breaking News

ଓଡ଼ଗାଁ ଆଦର୍ଶଥାନାରେ ଲାଗିଲା ବିଶୋଧନକାରୀ ସୁଡଙ୍ଗ


ଓଡ଼ଗାଁ/କୁରାଳ- ବର୍ଦ୍ଧିତ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଅଞ୍ଚଳ ବାସୀଙ୍କ ନିଦ ହଜେଇଦେଇଛି । ବିଶେଷ କରି ଓଡ଼ଗାଁ ଆଦର୍ଶ ଥାନାରୁ  ବହୁ କର୍ମଚାରୀ କରୋନା ସଂକ୍ରମିତଚିହ୍ନଟ ହୋଇଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଥାନାରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ପୋଲିସ ଫୋର୍ସଙ୍କ ମଧ୍ୟରେ ନାନାଆଶଙ୍କା  ଉପୁଜିବା ସ୍ୱାଭାବିକ ଅଟେ । ଏପରି ପରିସ୍ଥିତିରେ ଥାନା ସମ୍ମୁଖରେ ଏକ ବିଶୋଧନକାରୀ ସୁଡଙ୍ଗ ଲଗାଯାଇଛି ।ଥାନା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତି ଏହା ମଧ୍ୟକୁ ପ୍ରବେଶ କରିବାକୁ ବାଧ୍ୟ  ବୋଲି ଆଇ.ଆଇ.ସି ପ୍ରଜ୍ଞାପାରମିତା ଜେନା ସୂଚନା ଦେଇଛନ୍ତି ।
ଏହା ଫଳରେ ଥାନା କର୍ମଚାରୀ ତଥା ଅଧିକାରୀ ବିନା ଦ୍ବିଧାରେ ନିଜର କାର୍ଯ୍ୟ ସମାପନ କରିପାରିବେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts