ଟଙ୍କା ଓ ମୋବାଇଲି ଲୁଟ ଅଭିଯୋଗରେ ଯୁବକ ଗିରଫ
ଡେଲାଙ୍ଗ ---- ଡେଲାଙ୍ଗ ଥାନା କୁଆପଦା ଗ୍ରାମର ଲିପୁ ଓରଫ ସୁର୍ଯ୍ୟକାନ୍ତ ବଳବନ୍ତରାୟଙ୍କୁ ଡେଲାଙ୍ଗ ପୋଲିସ ମୋବାଇଲି ଓ ଟଙ୍କା ଚୋରି ଅଭିଯୋଗରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୁଚନା ଯୋଗ୍ୟ କି ସାଉରିଆ ଗ୍ରାମ ପଞ୍ଚାୟତର ଗଙ୍ଗପୁର ପାଟଣା ଗ୍ରାମର ଜଗବନ୍ଧୁ ପୁଷ୍ଟିଙ୍କ ଘରେ ୨୨ ତାରିଖ ବିଳମ୍ବିତ ରାତିରେ କୁଆପଦା ଗ୍ରାମର ଲିପୁ ଓରଫ ସୁର୍ଯ୍ୟକାନ୍ତ ବଳବନ୍ତରାୟ କବାଟ ବାଡେଇଥିଲା । ଜଗବନ୍ଧୁ ଦୁଆର ଖୋଲିବା ମାତ୍ରେ ଲିପୁ ତାଙ୍କ ମୁଣ୍ଡରେ ବନ୍ଦୁକ ଲଗାଇ କେଉଁଠି କଣ ରଖିଛୁ ଦେ ବୋଲି କହି ମାଡ ମାରିଥିଲା । ଜଗବନ୍ଦୁଙ୍କ ପାଟି ଶୁଣି ତାଙ୍କ ସ୍ତୀ ଓ ପୁଅ ଗୌରି ଶଙ୍କର ପୁଷ୍ଟି ପଳାଇ ଆସିବାରୁ ଲିପୁ ଜଗବନ୍ଧୁଙ୍କୁ ଚାଡି ଗୌରି ମୁଣ୍ଡରେ ବନ୍ଦୁକ ଲଗାଇ ଦୁଇଟି ମୋବାଇଲି ଓ ତକିଆ ତଳେ ଥିବା ୫ ହଜାର ଟଙ୍କା ନେବା ସହ ଘର ପଛପଟେ ଥିବା କୁକୁଡା ଭାଡିରୁ ଦୁଇଟି କୁକୁଡା ନେଇ ଯାଇଥିଲା । ଏ ସମ୍ପର୍କରେ ଥାନାରେ କହିଲେ ତମକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ଜଗବନ୍ଧୁ ପରିବାର ଚୁପ ହୋଇ ରହିଥିଲେ । ଲିପୁ ପୁନର୍ବାର ୨୬ ତାରିଖ ରାତିରେ ଦୁଆର ବାଡେଇବା ସହ ଗାଲି ମନ୍ଦ କରିଥିଲେ । ଶେଷରେ ଜଗବନ୍ଧୁଙ୍କ ସ୍ତୀ ନିଳିନୀ ପୁଷ୍ଟି ନ୍ୟାୟ ପାଇଁ ଡେଲାଙ୍ଗ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା କେସନଂ ୧୦୬/୨୦ରେ ଏକ କେସରୁଜ କରି ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରିବା ସହ ତା ଠାରୁ ଦୁଇଟି ମୋବାଇଲି ଓ ଟଙ୍କା ଜବତ କରାଯାଇଥିବା ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି