Breaking News

ହୋମିଓପ୍ୟାଥିକ କ୍ଲିନିକରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ.




ଜଟଣୀ --ଜଟଣୀ ଥାନା ଅନ୍ତର୍ଗତ ନୀଳଚକ୍ର ମାର୍କେଟରେ ଏକ ହୋମିଓପ୍ୟାଥିକ କ୍ଲିନିକରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।  ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଟଣୀ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ସୂଚନା ଅନୁସାରେ ଜଟଣୀ ନୀଳଚକ୍ର ମାର୍କେଟରେ ଥିବା ମନୋଜ କୁମାର ଶର୍ମାଙ୍କ ଶ୍ରୀ ହୋମିଓ ହଲ ବନ୍ଦ ରହିଥିଲା । ମାତ୍ର ଗୁରୁବାର ଅପରାହ୍ନ  ୩.୩୦ ରେ ହଟାତ ଉକ୍ତ ହୋମିଓ ହଲ ଦୋକାନରୁ ନିଆଁ ବାହାରିଥିଲା । ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଦେଖି ଜଟଣୀ ଅଗ୍ନିଶ୍ରମ ବିଭାଗକୁ ଜଣାଇଥିଲେ ।   ଖବର ପାଇ ଜଟଣୀ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲା । କ୍ଲିନିକରେ ଥିବା ସମସ୍ତ ହୋମିଓପାଥି ଔଷଧ, ଅସାବପତ୍ର, ଶୀତତାପ ଯନ୍ତ୍ର, ଫ୍ରିଜ, ଇନଭଟର ଓ ଅନ୍ୟାନ୍ୟ କାଗଜପତ୍ର ଇତ୍ୟାଦି ପୋଡି ପାଉଁଶ ହୋଇଯାଇଛି । ରସାୟନିକ ତରଳ ଔଷଧ ଯୋଗୁ ଅଗ୍ନିକାଣ୍ଡ ଭୟାବହ ହୋଇଥିଲା । ଅଗ୍ନିଶ୍ରମ ବିଭାଗର ଦୀର୍ଘ ସମୟର ଆକ୍ରାନ୍ତ ପରିଶ୍ରମ ଫଳରେ ନିଆଁକୁ ଆୟତ୍ତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ଟଙ୍କା ହେବ ବୋଲି ହୋମିଓ ହଲର ମାଲିକ ମନୋଜ ଶର୍ମା ଲିଖିତ ଭାବେ ଜଣାଇଛନ୍ତି ।   ବିଦ୍ୟୁତ ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶ୍ରମ ବିଭାଗ ପକ୍ଷରୁ କୁହା ଯାଇଛି ।
ଜଟଣୀରୁ --ରଙ୍ଗନାଥ ବେହେରା 

.

Blog Archive

Popular Posts