Breaking News

କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ

ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । ଏପରିକି ରବିବାର ଦିନ ପୁରୀ ଜିଲ୍ଲାରେ ୯୧ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ  ସତ୍ୟବାଦୀ ବ୍ଳକରେ ୧୦ ଜଣ କରୋନା ପଜେଟିଭି ବାହାରିଥିବା ଜଣାପଡିଛି । ଏହାକୁ ନଜର କରି ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂଙ୍କୁ ରାୟଖଣ୍ଡି, କାଦୁଆ, ବ୍ଳକ କାର୍ଯ୍ୟାଳୟ, ବୀରମରାଚନ୍ଦ୍ରପୁର ଓ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭି ଗ୍ରାମ ଗୁଡିକକୁ କଣ୍ଟେକେଣ୍ଟ ଜୋନ ଘୋଷଣା ପାଇଁ ସୁପାରିଶ କରାଯାଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ଠାରୁ ନିର୍ଦ୍ଦେଶ ଆସିଲେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ ।  ସୁଚନା ଯୋଗ୍ୟ ଯେ ସତ୍ୟବାଦୀରେ କରୋନା ପଜେଟିିଭି ସଂଖ୍ୟା ଦିନକୁ ଦିନ ବଡିବାରେ ଲାଗିଛି । ଏଣୁ ପୁରୀ ଜିଲ୍ଲାପାଳ ତୁରନ୍ତ ସତ୍ୟବାଦୀ ଅଞ୍ଚଳକୁ ସଟଡାଉନ କରାଯାଉ ନଚେତ କୋଭିଡ-୧୯ ଆଇନକୁ କଡା କଡି ଭାବେ ପାଳନ କରିବା ପାଇଁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ବୁଦ୍ଧଜିବୀ ମାନେ ନିବେଦନ କରିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts