Breaking News

ବାହାରିଲା ମାଟ୍ରିକ ପରୀକ୍ଷା ଫଳ : ପ୍ରଜ୍ଞାରାଣୀ ମହାପାତ୍ର ନୟାଗଡ଼ ଜିଲ୍ଲା ଟପ୍ପର



ଓଡ଼ଗାଁ/କୁରାଳ- ବହୁପ୍ରତୀକ୍ଷାର ଅନ୍ତ ପରେ ବାହାରିଛି ମାଟ୍ରିକ ପରୀକ୍ଷା ଫଳ । ସମଗ୍ର ଜିଲ୍ଲାରେ ପାସହାର ୮୬.୬୩% ରହିଥିବାବେଳେ ଓଡ଼ଗାଁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ  ପ୍ରଜ୍ଞାରାଣୀ ମହାପାତ୍ର ସମଗ୍ର ଜିଲ୍ଲାରେ ଟପ୍ପର ହୋଇଛନ୍ତି ।ସମୁଦାୟ ୬୦୦ମାର୍କରୁ ୫୭୧ ନମ୍ବର ରଖି ଜିଲ୍ଲା ଟପ୍ପର ହେବାରେ ସେ ସକ୍ଷମ ହୋଇଛନ୍ତି ।
ତାଙ୍କର ଏହି ସଫଳତା ପଛରେ ତାଙ୍କ ମା,ବାପା ଏବଂ ଗୁରୁଜନ ବିଶେଷ କରି ଶିକ୍ଷକ ମାନଙ୍କର ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି।  ନିଜର କଠିନ ଅଧ୍ୟବସାୟ ଫଳରେ ସେ ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି । ଆଗାମୀ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ସାମିଲ କରି ଜନସାଧାରଣଙ୍କର ସେବା କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts