ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ ପୁଣି ପ୍ରମାଣିତ
ଜଟଣୀ ----- କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ରାସ୍ତାକଡ଼ର ଏକ ବୁଦାମୂଳରୁ ଏକ ଶିଶୁପୁତ୍ର ଉଦ୍ଧାର ହୋଇଛି । ସ୍ଥାନୀୟ ଚିନ୍ତାମଣି ନଗର ଅଞ୍ଚଳରେ ବାସ କରୁଥିବା କାଳିଆ ପରିଡାଙ୍କ ଘର ପାଖ ରାସ୍ତାକଡର ଏକ ବୁଦା ମୂଳରେ (ବୁଧବାର )ରାତି ୮ଟା ସମୟରେ ଏକ ଶିଶୁର କ୍ରନ୍ଦନ ଶୁଣି ସେହି ବାଟରେ ଯାଉଥିବା କିଛି ପଥଚାରୀଙ୍କ ଙ୍କ ନଜରକୁ ଆସିଥିଲା । ପରେ ଶିଶୁଟିକୁ ଉଦ୍ଧାର କରି କାଳିଆଙ୍କ ଘରେ ହସ୍ତାନ୍ତର କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଏବଂ ଚାଇଲଡଲାଇନ ସଦସ୍ୟ ମାନେ ଆସି ଶିଶୁ ପୁତ୍ରଟିକୁ ନିଜ ହେପାଜତକୁ ନେଇଥଲେ । ବର୍ତ୍ତମାନ ଶିଶୁ ପୁତ୍ରଟି ଚାଇଲଡଲାଇନ ହେପାଜତରେ ଅଛି ଏବଂ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଜଣାପଡିଛି ।
ଜଟଣୀରୁ --ରଙ୍ଗନାଥ ବେହେରା