Breaking News

ତିର୍ତ୍ତୋଲ ବ୍ଲକରେ ମରୁଡିର ପଦଧ୍ବନି, ରୁଆ ଜମି ଫାଟି ଆଁ


କୁଜଙ୍ଗ------  ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଆଶାନୁରୁପ ବର୍ଷା ନହେବାରୁ ଧାନ ତାଷ ପ୍ରଭାବିତ ହୋଇଛି। ରୁଆ ବେଉଷଣ ସରିଥିବା କେତେକ ଜମିରେ ପାଣି ନଥିବାରୁ ଜମିଫାଟି ଧାନଗଛ ମରିଯିବା ପରିସ୍ଥିତି ସୃଷ୍ଟି ହେଲାଣି। ଆଗାମୀ ସପ୍ତାହ ମଧ୍ୟରେ ବର୍ଷାନହେଲେ ମରୁଡି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। 
ଏହି ବ୍ଲକର ମାତ୍ର ୩୦ ଶତକଡା ଚାଷ ଜମି କେନାଲ ଜଳ ସେଚିତ ରହିଥବା ବେଳେ ବାକି ଜମିରେ ବର୍ଷା ଉପରେ ନିର୍ଭର କରି ଧାନ ଚାଷ ହୋଇଥାଏ। ସ୍ବଳ୍ପବର୍ଷା କାରଣରୁ ବହୁଚାଷି ଅନ୍ୟ ଜଳ ଉତ୍ସରୁ ପାଣି ଉଠାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ବର୍ଷା ଅଭାବରୁ ଏହିସବୁ ଧାନ ବିଲ ଫାଟି ଆଁ କଲାଣି। ଏହି ବ୍ଲକର ତରଜଙ୍ଗା, କନକପୁର, ମୁଳିସିଂ, ସଅଁରା, ତିର୍ତ୍ତୋଲ, ଜଡତିରା, ପିପ୍ପଳମାଧବ, ବୋଧେଇ ସମେତ ଜଳସେଚନ ସୁବିଧା ନଥିବା ଅନ୍ୟ ପଞ୍ଚାୟତର ଚାଷ ଜମିରେ ପାଣି ଅଭାବରୁ ଧାନ ଫସଲ ମରୁଡି ପରିସ୍ଥିତିର ସମୁଖିନ ହେବା ଆଶଙ୍କା ସୃଷ୍ଟି ହୋଇଛି। ତରଜଙ୍ଗା ପଞ୍ଚାୟତ ହାଜିପୁର ଗହିର, ବଫାପୁର ଗହିରରେ ଧାନ ବିଲ ଅଧିକ ପ୍ରଭାବିତ ହୋଇ ଫାଟି ଆଁ କଲାଣି। ଏସମ୍ପର୍କରେ ଚାଷି ଅଭିରାମ ପୃଷ୍ଟି, ପ୍ରଭାତ କୁମାର ପୃଷ୍ଟି, ଫକିର ଲେଙ୍କା, କବିପ୍ରସନ୍ନ ସାହୁ, ନୃସିଂହ ଲେଙ୍କା, ଅନିଲ ପୃଷ୍ଟିଙ୍କ ସମେତ ଅନ୍ୟଚାଷି ମାନେ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଉଠା ଜଳ ସେଚନ ଭଳି ବିକଳ୍ପ ଜଳ ସେଚନ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି। 

ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

Popular Posts